ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଉପନ୍ୟାସ ଓ ଔପନ୍ୟାସିକଙ୍କ ସୃଷ୍ଟି ଓ ପାଠକୀୟ ପ୍ରଭାବ ସମ୍ପର୍କରେ ଆଲୋଚନା ପାଇଁ ‘ପ୍ରଜାପତି’ ପକ୍ଷରୁ ଔପନ୍ୟାସିକଙ୍କୁ ନେଇ ବାଲେଶ୍ଵରଠାରେ ଏକ ନିଆରା କାର୍ଯ୍ୟକ୍ରମ ‘ବିନ୍ୟାସ’ ଅନୁଷ୍ଠିତ ହୋଇଯାଇଛି।
‘ପ୍ରଜାପତି’ ସାହିତ୍ୟ ଶାଖା ‘ଅକ୍ଷର’ର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଔପନ୍ୟାସିକ ନିବାରଣ ଜେନା, ଗଙ୍ଗାଧର ବିଶ୍ଵାଳ ଓ ଚିତ୍ତରଞ୍ଜନ ଚିରଞ୍ଜିତ ଉଦ୍ଘାଟନ କରି ଉପନ୍ୟାସ, କଥା ଓ କାହାଣୀର ବିନ୍ୟାସ ଉପରେ ବକ୍ତବ୍ୟ ରଖିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ କବି ଶ୍ରୀଦେବ, କବି ଓ ସମ୍ପାଦକ କୃଷ୍ଣ କୁମାର ମହାନ୍ତି ଓ ଡକ୍ଟର ସନ୍ତୋଷ କୁମାର ନାୟକ ଯୋଗ ଦେଇ କହିଥିଲେ, “ସମାଜ ପ୍ରତି ପ୍ରତିବଦ୍ଧତା ଓ ଦାୟିତ୍ଵବୋଧ ଉପନ୍ୟାସର କଥାବସ୍ତୁ ହେଲେ ଉପନ୍ୟାସଟି ପାଠକଙ୍କୁ ଗଭୀର ପ୍ରଭାବିତ କରିଥାଏ।”
ସ୍ଵତନ୍ତ୍ର ଅତିଥି ଭାବେ କବି ଅଭୟ ଦାସ, କବି ଉତ୍ପଳ ମହାନ୍ତି ‘ଉପନ୍ୟାସର ପାଠକୀୟ ଆନନ୍ଦ’ ବିଷୟବସ୍ତୁ ଉପରେ ମତ ରଖିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆବାହକ ବିପ୍ଳବ ଦାସ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ରାଜେଶ ଗିରି ସୂଚନା ଓ ସଂଯୋଜକ କବି ମଧୁସୂଦନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସରସ୍ଵତୀ ଭୋଇ, ପ୍ରତିମା ତ୍ରିପାଠୀ, ରୋଜାଲିନ୍ ଶତପଥୀ, ଶୁଭଶ୍ରୀ ଦାଶ ପ୍ରମୁଖ ଅତିଥିମାନଙ୍କୁ ସମ୍ମାନ ପ୍ରଦାନ କରିଥିଲେ।
ଶେଷରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପାର୍ଥସାରଥୀ ସାହୁ, ଶୁଭ୍ରାଂଶୁ ପଣ୍ଡା ଓ ସନ୍ତୋଷ ଦଳେଇ ଭାଗ ନେଇ ଅତିଥିମାନଙ୍କୁ ଉପନ୍ୟାସ ସମ୍ପର୍କୀୟ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ସଞ୍ଜୀବ ନାୟକ, ସୁଜାତା ଦାସ, ରଞ୍ଜନା ଘୋଷ, ଜୀବନଜ୍ୟୋତି ସ୍ୱାଇଁ, ରଶ୍ମି ସ୍ୱାଇଁ ଓ ନନ୍ଦିତା ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଅମରଜିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Tags: #Literature #BinyasProgram #Prajapati #balasore


















