ଓଡ଼ିଶାଲାଇଭ୍ ବ୍ୟୁରୋ
ଓଜେଏସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ସୋମେଶ ରଣବିଜୁଳି। ଜୁଡିସିଆଲ୍ ଅଫିସର ହେବାକୁ ଲକ୍ଷ୍ୟ ରଖିଥିଲେ। ୨୦୧୯ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇ ଖଣ୍ଡପଡ଼ା ତହସିଲ୍ଦାର ଭାବରେ କାର୍ଯ୍ୟରତ ସୋମେଶ।
ଆଇଆଇଟି କରିବା ପରେ ଆଇନ ପାଠପଢ଼ିଥିଲେ ସୋମେଶ। ଚାକିରି ସହିତ ପାଠପଢ଼ା ତାଙ୍କ ପାଇଁ ଥିଲା ଚ୍ୟାଲେଞ୍ଜ।
“ବିଫଳତାକୁ ସ୍ଵୀକାର କରିଲେ ହିଁ ଜଣେ ସଫଳ ହୋଇପାରିବ। କାହିଁକି ବିଫଳ ହେଲି? କେଉଁଥିରେ ଅସୁବିଧା ରହିଲା? ସମୀକ୍ଷା କରିବା ସହିତ ଲଗାତାର ପ୍ରୟାସ କରିବା ଦ୍ୱାରା ସଫଳତା ନିଶ୍ଚୟ ମିଳିବ”, କହିଛନ୍ତି ସୋମେଶ ରଣବିଜୁଳି।
ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଆଶାୟୀମାନଙ୍କ ପାଇଁ ଟିପ୍ସ। କେମିତି କରିବେ ପ୍ରସ୍ତୁତି, କେଉଁ ବିଷୟକୁ ଅଧିକ ଗୁରୁତ୍ଵ ଦେବେ। ଓଡ଼ିଶାଲାଇଭର ସାକ୍ଷାତକାରରେ କହିଛନ୍ତି ଓଜେଏସ୍ ପରୀକ୍ଷାରେ ପ୍ରଥମ ସ୍ଥାନରେ ରହିଥିବା ସୋମେଶ ରଣବିଜୁଳି। ଦେଖନ୍ତୁ ଭିଡିଓ।
Tags: #OJS #OJSTopper #SomeshRanabijuli #OdishaJudicialServices


















