ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌) ପରୀକ୍ଷା ୨୦୨୨ର ଫଳାଫଳ ବୁଧବାର ଦିନ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଏକ ନମ୍ବର ସ୍ଥାନରେ ରହି ଶୁଶ୍ରିତା ମିଶ୍ର ଓଜେଏସ ଟପ୍ପର ହୋଇଛନ୍ତି।

ଓଡ଼ିଶା ଜୁଡିସିଆଲ ସର୍ଭିସ ପରୀକ୍ଷାରେ ଚଳିତ ଥର ମୋଟ ୫୫ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୮ ଜଣ ଝିଅ ରହିଛନ୍ତି। କୃତକାର୍ଯ୍ୟ ହୋଇଥିବା ୫୫ ଜଣଙ୍କ ମଧ୍ୟରେ ୩୯ ଜଣ ଝିଅ ରହିଛନ୍ତି। ପ୍ରଥମ ୧୦ ଜଣ ହେଉଛନ୍ତି ଶୁଶ୍ରିତା ମିଶ୍ର, ନିଲିଶା ପଟ୍ଟନାୟକ, ଅନନ୍ୟା ମିଶ୍ର, ରାଣୀ ରଞ୍ଜିତା ପଟ୍ଟନାୟକ, ଲୋପାମୁଦ୍ରା ଆଚାର୍ଯ୍ୟ, ହର୍ଷିତା ମିଶ୍ର, ପ୍ରଜ୍ଞାସୁମନ ମହାପାତ୍ର, ଏସଆର ତୋଷାଳୀ, ସତ୍ୟଜିତ ପାଣି ଓ ଲଳିତେନ୍ଦୁ ଦେବତା।

Tags: #OPSC #OJS #OdishaJudicialServiceExamination2022 #Result #Career #Odisha

Comment