ଓଡ଼ିଶାଲାଇଭ୍ ବ୍ୟୁରୋ

୧୭ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଆଇପିଏଲ୍ ଟ୍ରଫି ହାତେଇଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ। ଆଇପିଏଲ୍ ୨୦୨୫ର ମେଗା ଫାଇନାଲରେ ପଞ୍ଜାବ କିଙ୍ଗ୍ସକୁ ୬ ରନରେ ପରାସ୍ତ କରି ନିଜର ପ୍ରଥମ ଟାଇଟଲ ଜିତିଛି ଆରସିବି। ଅନ୍ୟପଟେ ଶ୍ରେୟସ ଆୟରଙ୍କ ନେତୃତ୍ଵାଧୀନ ପଞ୍ଜାବ କିଙ୍ଗ୍ସର ପ୍ରଥମ ଆଇପିଏଲ୍ ଜିତିବାର ସ୍ଵପ୍ନ ଧୂଳିସାତ ହୋଇଛି।

ଆରସିବିର ଏହି ବିଜୟ ରନ୍ ମାଷ୍ଟର ବିରାଟ କୋହଲିଙ୍କୁ ଭାବବିହ୍ବଳ କରିଦେଇଥିଲା। ଏହି ପ୍ରଥମ ଆଇପିଏଲ୍ ଦଳର କୋଟି କୋଟି ପ୍ରଶଂସକଙ୍କୁ ଉଲ୍ଲସିତ କରିଦେଇଛି।

ମଙ୍ଗଳବାର ଆଇପିଏଲ୍ ଫାଇନାଲ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ୯ ଓ୍ଵିକେଟ୍ ହରାଇ ୧୯୦ ରନ କରିଥିଲା। ଜବାବରେ ପଞ୍ଜାବ ୧୮୪ ରନ କରିପାରିଥିଲା।

ଆରସିବି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ କୃଣାଲ ପାଣ୍ଡ୍ୟା। ସେ ୪ ଓଭର ବୋଲିଂ କରି ମାତ୍ର ୧୭ ରନ ଦେଇ ୨ଟି ମୁଖ୍ୟ ଓ୍ଵିକେଟ୍ ନେଇଥିଲେ।

ଏହା ପୂର୍ବରୁ ଆରସିବି ୨୦୦୯, ୨୦୧୧ ଓ ୨୦୧୬ରେ ଫାଇନାଲ୍‌ରେ ପହଞ୍ଚି ପରାଜିତ ହୋଇଥିଲା। ହେଲେ ଏଥର ମିଳିଥିବା ସୁଯୋଗକୁ ହାତଛଡ଼ା କରିନାହିଁ ଆରସିବି।

Tags: #IPL2025 #RCB #Champions #PunjabKings #Cricket

Comment