ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ମହାସମରରେ ଆଜି ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ଵାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିବେ। ସନ୍ଧ୍ୟାରେ ଏହି ମ୍ୟାଚ୍ ଚେନ୍ନାଇର ଏମ ଏ ଚିଦାମ୍ଵରମ୍ ଷ୍ଟାଡିୟମରେ ଖେଳାଯିବ। ଆଇପିଏଲ୍ ମୈଦାନରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ଉଭୟ ଦଳର ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

ଆଇପିଏଲ୍‌ ଇତିହାସରେ ଡିଫେଣ୍ଡିଂ ଚାମ୍ପିଅନ୍ ଭାବରେ ମୁମ୍ଵାଇ ଇଣ୍ଡିଆନ୍ସ ଭଲ ପ୍ରଦର୍ଶନ କରିଆସିଛି। ପଞ୍ଜାବ ମଧ୍ୟ ଆଇପିଏଲ୍‌ର ଏକ ଶକ୍ତ ଦଳ ଭାବେ ପରିଚିତ। ଆଇପିଏଲ୍‌ର ଚଳିତ ସଂସ୍କରଣରେ ମୁମ୍ଵାଇ ୪ଟି ମ୍ୟାଚ୍‌ରୁ ଦୁଇଟି ଜିତି ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପଞ୍ଜାବ ଗୋଟିଏ ମ୍ୟାଚ୍ ଜିତି ସପ୍ତମ ସ୍ଥାନରେ ରହିଛି। ତେଣୁ ଆଜି ଉଭୟ ଦଳ ପରସ୍ପରକୁ ବାଜିମାତ୍ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ବିଜୟ କାହାର ହେଉଛି।

ମୁମ୍ଵାଇ ଇଣ୍ଡିଆନ୍ସ

ରୋହିତ୍ ଶର୍ମା(ଅଧିନାୟକ), ଆଦିତ୍ୟ ତାରେ, ଅନମୋଲ୍ ପ୍ରୀତ୍ ସିଂହ, କ୍ରିସ୍ ଲିନ୍, ସୂର୍ଯ୍ୟକୁମାର ଯାଦବ, ଅନୁକୁଲ୍ ରାୟ, ଅର୍ଜୁନ ତେନ୍ଦୁଲକର, ଧବଲ୍ କୁଲ୍କର୍ଣ୍ଣି, ହାର୍ଦ୍ଦିକ ପାଣ୍ଡ୍ୟା, ଜେମ୍ସ ନିଶାମ, ମାକ୍ରୋ ଜନସେନ୍, ଇଶାନ୍ କିଷନ୍, କ୍ଵିଣ୍ଟନ ଡିକକ୍, ଆଦାମ ମିଲ୍‌ନେ, ଜଶପ୍ରୀତ୍ ବୁମ୍ରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁନାଲ୍ ପାଣ୍ଡ୍ୟା, ଟ୍ରେଣ୍ଟ ବୋଲ୍ଟ, ନାଥନ୍ କୁଲ୍ଟରନିଲ୍, ସୌରଭ ତିଓ୍ଵାରୀ, ମୋସିନ୍ ଖାନ୍, ପିୟୁଷ ଚାଓ୍ଵାଲା, ୟୁଦ୍ଧବିର ସିଂ।

ପଞ୍ଜାବ କିଙ୍ଗସ୍

କେଏଲ୍ ରାହୁଲ (ଅଧିନାୟକ), କ୍ରିସ୍ ଗେଲ୍, ଦାଓ୍ଵିଡ୍ ମଲାନ୍, ଦିପକ୍ ହୁଡ୍ଡା, ମନ୍ଦୀପ ସିଂହ, ମୟଙ୍କ ଅଗ୍ରଓ୍ଵାଲ୍, ସର୍ଫରାଜ ଖାନ୍, ସାହାରୁଖ ଖାନ୍, ଫବିଆନ୍ ଆଲେନ୍, ଜଲାଜ୍ ସକ୍ସେନା, ମୋଇସେସ୍ ହେନେରିକ୍ୟୁସ୍, ଉତ୍କର୍ସ ସିଂହ, ନିକୋଲାସ୍ ପୁରନ୍, ପ୍ରଭିସିମରନ୍ ସିଂହ, ଅର୍ସଦିପ୍ ସିଂହ, କ୍ରିସ୍ ଜୋରଦାନ୍, ଦର୍ଶନ ନାଲକାଣ୍ଡେ, ହର୍‌ପ୍ରୀତ ବ୍ରାର୍, ଈଶାନ୍ ପୋରେଲ୍, ଝି ରିଚାର୍ଡସନ୍, ମହମ୍ମଦ ସାମି, ମୁରୁଗାନ୍ ଅଶ୍ଵିନ, ରବି ବିଷ୍ଣୋଇ, ରିଲେ ମେରେଦିଥ୍, ସୌରଭ କୁମାର।

Comment