ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶପ୍ରେମ ଲାଗି କୌଣସି ବୟସ ନଥାଏ। କେବଳ ମନରେ ସାହସ ଏବଂ ଦେଶ ପ୍ରତି ଭଲ ପାଇବା ଥିବା ଆବଶ୍ୟକ। ଏକଥାକୁ ପ୍ରମାଣ କରିଦେଖାଇଛନ୍ତି ମାତ୍ର ୧୦ ବର୍ଷର ବାଳକ ଶ୍ରବଣ ସିଂହ। ଶ୍ରବଣଙ୍କୁ ଭାରତୀୟ ସେନା ଅପରେସନ ସିନ୍ଦୂରର ସବୁଠୁ ଛୋଟ ନାଗରିକ ଯୋଦ୍ଧା ଘୋଷଣା କରିବା ସହ ସମ୍ମାନିତ କରିଛନ୍ତି।
ତେବେ ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ପଞ୍ଜାବ ଫିରୋଜପୁର ଜିଲ୍ଲାର ତାରା ୱାଲି ଗାଁ। ଏଠାରେ ଶିବିର ସ୍ଥାପନ କରିଥିଲେ ଭାରତୀୟ ସେନାବାହିନୀ। ଯୁଦ୍ଧର ବାତାବରଣ ଭିତରେ ସ୍ଥାନୀୟ କୃଷକ ସୋନା ସିଂହଙ୍କ ପୁଅ ଶ୍ରବଣ ସିଂହ ପ୍ରତିଦିନ କ୍ଷୀର, ଲସି, ଥଣ୍ଡା ପାଣି ଏବଂ ବରଫ ଧରି ସେନା ଶିବିରରେ ପହଞ୍ଚୁଥିଲେ। ତାଙ୍କ ମନରେ ଆଦୌ ଭୟ ନଥିଲା। ଅସହ୍ୟ ଗରମ ସତ୍ତ୍ଵେ ପ୍ରତିଦିନ ଆସୁଥିଲେ ଶ୍ରବଣ ସିଂହ। ତାଙ୍କର ଏପରି ମନୋଭାବ ଯବାନଙ୍କୁ ବେଶ ଉତ୍ସାହିତ କରୁଥିଲା।
Tags: #YoungestCivilWarrior #OperationSindoor #PunjabBoy #ShravanSingh


















