ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାକୁ ନେଇ ଚାଲିଛି ତନାଘନା। ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ତଦନ୍ତକାରୀ ଟିମ କଲେଜରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।
ତଦନ୍ତକାରୀ ଟିମ୍ ଆଇସିସି ସଦସ୍ୟଙ୍କୁ ପଚରାଉଚୁରା କରାଯାଉଥିବା ବେଳେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ କମିଟିର ମଧ୍ୟ ଖୋଳତାଡ଼ କରୁଛି।
ଅନ୍ୟପଟେ ଘଟଣାର ତଦନ୍ତ ପାଇଁ ପୀଡ଼ିତାଙ୍କ ଗାଁରେ ପହଞ୍ଚି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ମୃତ ଛାତ୍ରୀଙ୍କ ପରିବାର ସହ କଥା ହୋଇଛନ୍ତି କ୍ରାଇମବ୍ରାଞ୍ଚ ଟିମ୍। ଏହା ପୂର୍ବରୁ କ୍ରାଇମବ୍ରାଞ୍ଚ କଲେଜ କର୍ତ୍ତୃପକ୍ଷ ଏବଂ କଲେଜର କିଛି ଛାତ୍ରଛାତ୍ରୀଙ୍କୁ ପଚରାଉଚୁରା କରିଥିଲେ।
ତେବେ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ଆନ୍ଦୋଳନ ଜାରି ରଖିବ ବୋଲି କହିଛି ବିଜେଡି। ବିଚାର ବିଭାଗୀୟ ତଦନ୍ତର ଆବଶ୍ୟକତା ରହିଥିବା ବିଜେଡି ପକ୍ଷରୁ କୁହାଯାଇଛି।
Tags: #FMCollegeStudentDeathCase #Soumyashree #Investigation #Odisha


















