ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକଙ୍କୁ ଭୂଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିବାର ନୂଆ ନୂଆ ଫର୍ମୁଲା ଆପଣାଉଛନ୍ତି ଠକ। କ୍ରେଡିଟ କାର୍ଡ ମାଧ୍ୟରେ ୮ କୋଟି ଟଙ୍କା ଠିକେଇ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ। ଏ ନେଇ ଶନିବାର ଦିନ ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ ସିଂ।

ରାକେଶ କୁମାର ନାମକ ବ୍ୟକ୍ତିଙ୍କ ନାଁରେ କ୍ରେଡିଟ କାର୍ଡ କରାଯାଇ ଟଙ୍କା ଠକେଇ ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ ଏହି ବଡ଼ ଠକେଇ ଘଟଣା ସାମ୍ନାକୁ ଆସିଛି।

ରାକେଶ କୁମାର ଋଣ ପାଇଁ ଆବେଦନା କରିବା ସମୟରେ ତାଙ୍କ ନାଁରେ କ୍ରେଡିଟ କାର୍ଡ ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ଡିସେମ୍ବର ୧୭ ତାରିଖରେ ଭୁବନେଶ୍ଵର ସାଇବର ଥାନାରେ ଅଭିଯୋଗ କରିଥିଲେ ରାକେଶ କୁମାର।

ପୋଲିସ ଏକ ମମାଲା ରୁଜୁ କରି ଠକଙ୍କୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଥିଲା। ସାଇବର ପୋଲିସର ତଦନ୍ତ ସମୟରେ ଜଣାଡ଼ିଲା ଯେ, ରାକେଶ କୁମାରଙ୍କ ନାଁରେ କ୍ରେଡିଟ କାର୍ଡ କରିଥିବା ଅଭିଯୁକ୍ତ ଡାକ୍ତରଖାନାର ବିଲିଂ ଏଜେଣ୍ଟମାନଙ୍କ ସହ ମିଶି ଯୋଜନାବଦ୍ଧ ଭାବେ ଠାକେଇ କରୁଥିଲେ। ଡାକ୍ତରଖାନାରେ ରୋଗୀ ବିଲ କରିବା ସମୟରେ ବିଲିଂ ଏଜେଣ୍ଟ ଠକ ନିକଟରେ ଥିବା କ୍ରେଡିଟ କାର୍ଡ ମାଧ୍ୟମରେ ସ୍ଵାଇପ କରି ପେମେଣ୍ଟ ନେଉଥିଲେ। ଏହି ସବୁ ଟଙ୍କା ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଯାଉଥିଲା।

ସାଇବାର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ନିକଟରେ ପହଞ୍ଚିବା ପରେ ଏହି ଠକେଇ ଗୁମର ଖୋଲିଥିଲା। କ୍ରେଡିଟ କାର୍ଡ ମାଧ୍ୟମରେ ୮ କୋଟି ଟଙ୍କା ଠକେଇ କରିବା ଅଭିଯୋଗରେ ସାଇବର ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୭ ଲକ୍ଷ ଟଙ୍କା, ୪୫୦ଟି କ୍ରେଡିଟ ଏବଂ ଡେବିଟ କାର୍ଡ, ୬ଟି ମୋବାଇଲ, ପାସବୁକ ଏବଂ ବହୁ ଗୁରୁତ୍ଵପୂର୍ଣ୍ଣ ଜାଗଜପତ୍ର ଜବତ କରିଛି ପୋଲିସ।    

Tags: #CyberPolice #CreditCardScam #AccusedArrest #Investigation

Comment