ଓଡ଼ିଶାଲାଇଭ୍ ବ୍ୟୁରୋ

ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ଏବେ ସନ୍ଦେହ ଉପୁଜିଛି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। କେମିତି ହେଲା ଗୋବିନ୍ଦ ସାହୁଙ୍କ ମୃତ୍ୟୁ, ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ପରେ ସମ୍ବଲପୁର ପ୍ରିଜନ ରେଞ୍ଜ ଡିଆଇଜି ଅନସୂୟା ଜେନାଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଗୋବିନ୍ଦ ସାହୁ ମୃତ୍ୟୁ ମାମଲାର ତଦନ୍ତ କରି ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ଜେଲ ଡିଆଇଡି ଶୁଭକାନ୍ତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେଗ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଦିନ ୯ଟାରେ ଲୋକଙ୍କ ଉପସ୍ଥିତିରେ ଆତ୍ମହତ୍ୟା କରିବାକୁ ଗୋବିନ୍ଦ ସାହୁ କିପରି ସୁଯୋଗ ପାଇଲେ ତା’ର ତଦନ୍ତ ହେବା ଆବଶ୍ୟକ ବୋଲି ଡିଆଇଡି ଶୁଭକାନ୍ତ ମିଶ୍ର କହିବା ସହ କଣ୍ଟାବାଞ୍ଜି ଜେଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି।

ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଉପକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ। ମଙ୍ଗଳବାର ଦିନ ମମିତା ମେହେର ହତ୍ୟା ମାମଲାର ଶୁଣାଣି ପାଇଁ କୋର୍ଟରେ ହାଜର ହୋଇଥାନ୍ତେ ଗୋବିନ୍ଦ ସାହୁ। କିନ୍ତୁ ଆଜି ସକାଳ ପ୍ରାୟ ୯ଟାରେ ଗୋବିନ୍ଦ ସାହୁ ଶୌଚ ହେବାକୁ ଯାଇଥିବାବେଳେ ଜେଲ ପରିସରରେ ଥିବା ଏକ ଛୋଟିଆ ଗଛରେ ବେକରେ ଗାମୁଛା ଲଗାଇ ଝୁଲିଥିବା କିଛି କଏଦୀ ଦେଖି ଜେଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଗୋବିନ୍ଦ ସାହୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Tags: #GovindaSahoo #Suicide #KantabanjhiJail #MamitaMeherMurderCase #Balangir #Odisha

LEAVE A REPLY

Please enter your comment!
Please enter your name here