ଓଡ଼ିଶାଲାଇଭ୍ ବ୍ୟୁରୋ
ମଣିପୁରରେ ରାଷ୍ଟ୍ରପତି ଶାସନକୁ ୬ମାସ ବୃଦ୍ଧି କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଆଗତ ପ୍ରସ୍ତାବ ଉପରେ ବାଜିଛି ସଂସଦର ମୋହର। ଫଳରେ ଅଗଷ୍ଟ ୧୩ରୁ ଆଉ ୬ ମାସ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନ ଜାରି ରହିବ।
୨୦୨୩ରୁ ମଣିପୁରରେ ଆରମ୍ଭ ହୋଇଥିବା ଜାତିଗତ ସଂଘର୍ଷରେ ୨୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା କବେଳେ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ୨୦୨୫ ଫେବ୍ରୁଆରି ୯ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଏନ. ବୀରେନ ସିଂହ ଇସ୍ତଫା ଦେବା ପରେ ୧୩ ଫେବ୍ରୁଆରିରେ ବିଧାନସଭା ଭାଙ୍ଗି ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ କେନ୍ଦ୍ର ସରକାର।
ଭାରତୀୟ ସମ୍ବିଧାନର ଧାରା ୩୫୬ ଅନୁଯାୟୀ ରାଷ୍ଟ୍ରପତି ଶାସନ ଲାଗୁ କରାଯାଏ। ପ୍ରଥମେ ଏହା ୬ମାସ ପାଇଁ ଲାଗୁ ହୋଇଥାଏ। ସଂସଦର ଅନୁମୋଦନ କ୍ରମେ ରାଷ୍ଟ୍ରପତି ଶାସନକୁ ଛଅ ଛଅ ମାସ ବଢ଼ାଇ ତିନି ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ।
Tags: #Manipur #ManipurViolence #PresidentsRule
















