ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା। ନିପାତ ହେଲା ପହଲଗାମ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ କୁଖ୍ୟାତ ଆତଙ୍କୀ ହାସିମ ମୁସା। ଭାରତୀୟ ସେନାର ସ୍ଵତନ୍ତ୍ର ଅପରେସନରେ ଶ୍ରୀନଗରର ଲିଡଓ୍ଵାସ ଜଙ୍ଗଲରେ ହାସିମର ଏନକାଉଣ୍ଟର କରାଯାଇଥିବା କୁହାଯାଉଛି। ଏନକାଉଣ୍ଟରରେ ହାସିମ ସହିତ ଆଉ ଦୁଇ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ଏ ନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି।

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ତଥା ଲକ୍ସର-ଇ-ତାଇବାର ଟପ୍ କମାଣ୍ଡର ଥିଲା ହାସିମ ମୁସା। ପହଲଗାମ ଆକ୍ରମଣ ପରେ ଦାଚିଗାମ ଏବଂ ଲିଡଓ୍ଵାସ ଜଙ୍ଗଲ ପାଲଟିଥିଲା ଏହି କୁଖ୍ୟାତ ଆତଙ୍କବାଦୀର ଠିକଣା।

ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ତା’ର ସମ୍ପୃତ୍ତି ରହିଥିଲା। ହାସିମ ମୁସାର ଏନକାଉଣ୍ଟର ପହଲଗାମ ଘଟଣା ପ୍ରତିଶୋଧ ବୋଲି କୁହାଯାଉଛି।

ଆତଙ୍କବାଦୀଙ୍କୁ ସଫା କରିବାକୁ ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନରେ ସୋମବାର ଦିନ ତିନିଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଆତଙ୍କବାଦୀଙ୍କ ଆଡ୍ଡାରୁ ବିପୁଳ ପରିମାଣର ବିସ୍ଫୋରକ ସହ ରାସନ ସାମଗ୍ରୀ ମଧ୍ୟ ଜବତ ହୋଇଛି।

Tags: #PahalgamAttack #HashimMoosa #Encounter #OpperationMahadev

Comment