ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ମାକଲପୁରସ୍ଥିତ ସ୍ରଷ୍ଟା ନାଟ୍ୟାନୁଷ୍ଠାନ କଳାକାରଙ୍କ ଦ୍ଵାରା ପୀତାମ୍ବର ଦାସଙ୍କ ଲିଖତ ନାଟକ ‘ମିଛ ରାଗ’ ମଞ୍ଚସ୍ଥ ହୋଇଯାଇଛି।

ନାଟକ ଆରମ୍ଭ ହେବା ପୂର୍ବରୁ ସ୍ରଷ୍ଟାର ସମ୍ପାଦକ ହେମେନ୍ଦ୍ର ମହାପାତ୍ରଙ୍କ ପୌରୋହିତ୍ୟରେ ଏକ ସଭାର ଆୟୋଜନ ହୋଇଥିଲା। ମୁଖ୍ୟ ଅତିଥି ଭାବେ ନାଟ୍ୟକାର ଡକ୍ଟର ପ୍ରଦୀପ ଭୌମିକ ଯୋଗଦେଇ ଏହାର ଉଦଘାଟନ କରିଥିଲେ।

ଅନ୍ୟତମ ଅତିଥି ଭାବେ ସ୍ରଷ୍ଟାର ସଭାପତି ଆଲୋକ କୁମାର ସାହୁ, ନାଟ୍ୟକାର ପୀତାମ୍ବର ଦାସ, ନିର୍ଦ୍ଦେଶକ ସନ୍ନ କୁମାର ଦାସ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ପରେ ସ୍ରଷ୍ଟାର କଳାକାର ଗୋବିନ୍ଦ ଦ୍ଵିବେଦୀ, ଦିବାକର ମହାନ୍ତି, ସମରାଇ କର, ସ୍ୱାଗତିକା ବାରିକ, ସ୍ଵାତୀ ସ୍ମିତା ଦାସ ଓ ସୌରଜିତ ସାହୁଙ୍କ ଦ୍ଵାରା ନାଟକ ପରିବେଷଣ କରାଯାଇଥିଲା।

ନାଟକ ଓ ଗୀତ ରଚନା ପୀତାମ୍ବର ଦାସ କରିଥିଲା ବେଳେ ନିର୍ଦ୍ଦେଶନା ଦେଇଥିଲେ ପ୍ରସନ୍ନ କୁମାର ଦାସ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ନନ୍ଦ କିଶୋର ଦାସ। ହାସ୍ୟ ରସାତ୍ମକ ନାଟକ ‘ମିଛ ରାଗ’ ମାଧ୍ୟମରେ ଏକ ଅନାବିଳ ସ୍ନେହ, ମମତାଭରା ପବିତ୍ର ସମ୍ପର୍କକୁ ଏକ ମିଛିମିଛିକା ରାଗରେ ପରିବାର ମଧ୍ୟରେ କିପରି ସମ୍ପର୍କକୁ ଆହୁରି ନିବିଡ଼ କରାଯାଇପାରେ ତାହାହିଁ ଥିଲା ନାଟକର ସାରାଂଶ।

Tags: #MichhaRaaga #Play #Drama #Balasore

Comment