ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ହକି ଆସୋସିଏସନ ଅଫ ଓଡ଼ିଶା ଆନୁକୂଲ୍ୟରେ ରାଉରକେଲାଠାରେ ଅନୁଷ୍ଠିତ ଚତୁର୍ଥ ରାଜ୍ୟସ୍ତରୀୟ ସବଜୁନିୟର ବାଳିକା ହକି ଚାମ୍ପିୟନସିପରେ ମୟୂରଭଞ୍ଜ ଦଳ ସଫଳତା ହାସଲ କରିଛି। ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରି ମୟୁରଭଞ୍ଜ ଦଳ ଶକ୍ତିଶାଳୀ ନୟାଗଡ଼କୁ ୯-୦ ଏବଂ ଅନୁଗୁଳକୁ ୨-୦ ଗୋଲରେ ପରାସ୍ତ କରି କ୍ଵାଟର ଫାଇନାଲରେ ପ୍ରବେଶ କରିଛି।

ଏହି ସଫଳତା ପରେ ମୟୂରଭଞ୍ଜ ଦଳ ଜାତୀୟସ୍ତରୀୟ ଅସ୍ମିତା ଖେଲୋ ଇଣ୍ଡିଆ ହକି ଚାମ୍ପିୟନସିପରେ ଅଂଶଗ୍ରହଣକୁ ଯୋଗ୍ୟ ହୋଇଛି। ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ ଏହା କହିଛନ୍ତି।

ମୋରଡ଼ା ବ୍ଲକସ୍ଥିତ ଚଢ଼େଇଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତୃଣମୂଳ ସ୍ତରରେ କୁନିକୁନି ହକି ପ୍ରତିଭାମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇଛିI ଏହି କେନ୍ଦ୍ରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅଭିଜ୍ଞ ହକି ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଉଛି। ବିଜୟୀ ଦଳ ନିକଟକୁ ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡ଼ା ବିଭାଗ ସହ ବିଭିନ୍ନ ମହଲୁରୁ ଶୁଭେଚ୍ଛାର ସୁଅ ଛୁଟିଛି।

Tags: #StateLevelHockeyChampionship #Hockey #HockeyAssociationofOdisha #MayurbhanjSubJuniorGirlsTeam #Rourkela

Comment