ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧୀନସ୍ଥ ନବରତ୍ନ କମ୍ପାନି ନାଲକୋ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ହୋଇଛି ‘ମିଡିଆ କନେକ୍ଟ ୨୦୨୫’। ଏହି କାର୍ଯ୍ୟକ୍ରମରେ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବ୍ରିଜେନ୍ଦ୍ର ପ୍ରତାପ ସିଂହ ଯୋଗଦେଇ କମ୍ପାନିର କାର୍ଯ୍ୟ ଏବଂ ସଫଳତା ସମ୍ପର୍କରେ ଗଣମାଧ୍ୟମକୁ ବିବରଣୀ ପ୍ରଦାନ କରିଥିଲେ। ଏହାସହ ନାଲକୋର ନିର୍ଦ୍ଦେଶକ ମଣ୍ଡଳୀ କାର୍ଯ୍ୟକ୍ରମରେ ଯୋଗଦେଇ କମ୍ପାନିର ଉପଲବ୍ଧି ତଥା ଭବିଷ୍ୟତର ଅଭିବୃଦ୍ଧି ଯୋଜନା ବିଷୟରେ ଅଲୋଚନା କରିଥିଲେ।

ଏହା ପୂର୍ବରୁ ଅଗଷ୍ଟ ୧୯ ତାରିଖରେ ଭୁବନେଶ୍ଵରଠାରେ ନାଲକୋ ପକ୍ଷରୁ ‘ମିଡିଆ କନେକ୍ଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ଯୋଗାଯୋଗ ସଂସ୍ଥା ଯୋଗ ଦେଇଥିଲେ।

Tags: #NALCO #MediaConnect2025 #NavratnaCompany #NationalAluminiumCompanyLimited

Comment