ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ୍ (ନାଲକୋ) ର ଉତ୍ପାଦନ ୟୁନିଟ୍ ପକ୍ଷରୁ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୨୯ ଜଣଙ୍କୁ ପୁରସ୍କୃତ କରାଯାଇଛି।

ଛେଣ୍ଡିପଦାର ୫ଟି ବିଦ୍ୟାଳୟ ଓ ଆଖପାଖ ଅଞ୍ଚଳର ୨୨ଟି ବିଦ୍ୟାଳୟର ଶ୍ରେଷ୍ଠ ୨୯ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଅନୁଗୁଳ ଏବଂ ଦାମନଜୋଡ଼ିର ପାରିପାର୍ଶ୍ୱିକ ଗ୍ରାମର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର କୃତି ଛାତ୍ରଛାତ୍ରୀମାନଦଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

କାର୍ଯ୍ୟକ୍ରମରେ ନାଲକୋ ମହିଳା ସମିତି ଅଧ୍ୟକ୍ଷା ସସ୍ମିତା ପାତ୍ର ଏବଂ ନାଲକୋର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏପି ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ସଫଳତା ନପାଇବା ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିବା ଆବଶ୍ୟଖ ବୋଲି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଶ୍ରୀ ପାତ୍ର କହିଥିଲେ। ତୁମେ ପଢ଼, ତୁମେ ସଂଘର୍ଷ କର, ତୁମେ ସଫଳ ହୁଅ’ ବୋଲି ଶ୍ରୀ ପାତ୍ର କହିଛନ୍ତି। ଏ

ହି ଅବସରରେ ସସ୍ମିତା କହିଥିଲେ ଯେ,”ଏକ ଉତ୍ତମ ଛାତ୍ର ହେବା ସହିତ ଏକ ଦୃଢ଼ ଏବଂ ନୈତିକ ମୂଲ୍ୟ ବୋଧ ଭିତ୍ତିକ ବିକଶିତ ବ୍ୟକ୍ତିତ୍ୱ ତଥା ଭବିଷ୍ୟତରେ ଏକ ସମର୍ଥ ନାଗରିକ ହେବାପାଇଁ ଚେଷ୍ଟା କରିବା ମଧ୍ୟ ଆବଶ୍ୟକ। “

ଅନୁଗୁଳ ସ୍ଥିତ ସ୍ମେଲଟର ଏବଂ ପାୱାର କମ୍ପ୍ଲେକ୍ସର ପାରିପାର୍ଶ୍ୱିକ ବିଦ୍ୟାଳୟର ନାଲକୋ ନଗରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ସ୍ୱରୂପ ନଗଦ ୫୦୦୦ ଟଙ୍କା ଏବଂ ପ୍ରଶଂସା ପତ୍ର ପ୍ରତି ଛାତ୍ରଙ୍କୁ ପ୍ରଦାନ କରାଯାଇଥିଲା।

Tags: #NALCO #scholarsfelicitated #Anugul

Comment