ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିର ସମୟରେ କୌଣସି ଠିକଣାରେ ପହଞ୍ଚିବା ପାଇଁ ଆମେ ଗୁଗଲ୍‌ ମ୍ୟାପର ବ୍ୟବହାର କରୁଛୁ। ଏଥିରୁ ଠିକଣାରେ ଶୀଘ୍ର ପହଞ୍ଚିବା ପାଇଁ ବାଟ ଜାଣିପାରୁଛୁ। ତେବେ ଟ୍ରାଫିକକୁ ଦେଖି ଗୁଗଲ୍‌ ମ୍ୟାପରେ ରାସ୍ତାର ରଙ୍ଗ ବଦଳିଥାଏ। ତେବେ ମନକୁ ପ୍ରଶ୍ନ ଆସେ ଗୁଗଲ୍‌ ଏମିତି କିପରି କରିଥାଏ?

ଗୁଗଲ୍‌ ମ୍ୟାପ୍ ବ୍ୟବହାର ପାଇଁ ସବୁ ସ୍ମାର୍ଟଫୋନରେ ଜିପିଏସ୍ ଲୋକେସନ ଅନ୍ ରହିଥାଏ। ଏହାର ରିୟଲ ଟାଇମ ଡାଟା ଗୁଗଲ୍‌ ପାଖରେ ଥାଏ। ଯଦି ରାସ୍ତାର କୌଣସି ସ୍ଥାନ କିମ୍ବା ଛକରେ ଏକାଧିକ ସ୍ମାର୍ଟ ଫୋନ ଆକ୍ଟିଭ ରହେ ସେଠାରେ ଟ୍ରାଫିକ ଜାମ୍ ଥିବା ଗୁଗଲ୍‌ ମ୍ୟାପ୍ ଜାଣିପାରେ। ଟ୍ରାଫିକ ଜାମ୍ ଅଧିକ ଥିଲେ ମ୍ୟାପରେ ରାସ୍ତାର ରଙ୍ଗ ଲାଲ ଏବଂ ମଧ୍ୟମ ଥିଲେ ନାରଙ୍ଗି ହୋଇଥାଏ। ସେହିପରି କମ୍ ଟ୍ରାଫିକ୍ ସମୟରେ ରାସ୍ତା ନୀଳ ରଙ୍ଗର ଦେଖାଯାଏ।

ସେହିପରି ଗୁଗଲ୍‌ ମ୍ୟାପ୍ ରାସ୍ତାର ପୁରୁଣା ଟ୍ରାଫିକ ପାଟର୍ଣ୍ଣକୁ ଦେଖି ଠିକଣାରେ ପହଞ୍ଚିବା ପାଇଁ ଲାଗିବାକୁ ଥିବା ସମୟ ମଧ୍ୟ ଜଣାଇଦେଇଥାଏ।   

#GoogleMaps #Traffic #Technology

Comment