ଓଡ଼ିଶାଲାଇଭ୍ ବ୍ୟୁରୋ
ପରମାଣୁ ବୋମା, ନାଁ ଶୁଣିଲା ମାତ୍ରେ ମନେ ପଡ଼ିଯାଏ ହିରୋସିମା ଓ ନାଗସାକିର ଧ୍ଵଂସ ବିଭୀଷିକା କଥା। ତେବେ ପରମାଣୁ ବୋମାକୁ ନେଇ ହୋଇଥିବା ଏହି ଘଟଣା ଆପଣଙ୍କୁ ନିଶ୍ଚୟ ଚକିତ କରିବ। ପରମାଣୁ ବୋମା କେମିତି ନିଆଁ ଲିଭାଇ ଥିଲା ଆସନ୍ତୁ ଜାଣିବା।
୧୯୬୩ ମସିହା କଥା, ତତକାଳୀନ ସୋଭିଏତ ୟୁନିୟନର ଉଜବେକିସ୍ତାନରେ ଏକ ପ୍ରାକୃତିକ ଗ୍ୟାସ ଫିଲ୍ଡରେ ଖନନ ବେଳେ ଅଘଟଣ ଯୋଗୁଁ ନିଆଁ ଲାଗି ଗଲା। ଖୋଳା ଯାଉଥିବା ଗ୍ୟାସ ହୋଲରୁ ୭୦ ମିଟର ଉଚ୍ଚ ନିଆଁ ପିଣ୍ଡୁଳା ବାହାରି ସବୁ କିଛି ଭସ୍ମ କରିଦେଲା। ଶତ ଚେଷ୍ଟା ସତ୍ତ୍ୱେ ଏହି ନିଆଁ ୩ ବର୍ଷ ଧରି ଜଳି ରହିଲା।
୧୯୬୬ ମସିହାରେ ସୋଭିଏତ ଇଂଜିନୟରମାନେ ନିଆଁ ଲିଭାଇବା ପାଇଁ ଏକ ୩୦ କିଲୋଟନର ପରମାଣୁ ବୋମା ଉକ୍ତ ଗ୍ୟାସ ହୋଲରୁ କିଛି ଦୂରରେ ମାଟି ତଳେ ବିସ୍ଫୋରଣ କଲେ। ଏହାଦ୍ଵାରା ମୃଦୁ ଭୂମିକମ୍ପ ହୋଇ ଗ୍ୟାସ ହୋଲଟି ଭିତରୁ ବନ୍ଦ ହୋଇ ଶେଷରେ ନିଆଁ ଲିଭିଥିଲା।
Tags: #NuclearBomb #Fire #SovietUnion

















