ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଦିଆଯିବ ନାହିଁ କଫ ସିରପ। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ମାର୍ଗଦର୍ଶିକାକୁ ପାଳନ କରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କୁହାଯାଇଛି।
ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ କଫ ସିରପ ପିଇ ୧୧ ଜଣ ଶିଶୁଙ୍କର ମୃତ୍ୟୁ ହେବା ପରେ ଦୁଇବର୍ଷରୁ କମ୍ ବୟସର ପିଲାଙ୍କୁ କଫ ସିରପ ନଦେବା ଲାଗି ପରାମର୍ଶ ଦିଆଯାଇଛି।
ସ୍ଵାସ୍ଥ୍ୟ ମନ୍ତ୍ରାଳୟର ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ଯେ, ଦୁଇବର୍ଷରୁ କମ୍ ବୟସର ଶିଶୁଙ୍କୁ କଫ ସିରପ ଦେବା ଉଚିତ ନୁହେଁ। ଏପରିକି ୫ ବର୍ଷରୁ କମ୍ ବୟସର ପିଲାଙ୍କୁ ମଧ୍ୟ କଫ ସିରପଠାରୁ ଦୂରେଇ ରଖିବା ଭଲ। ୫ ବର୍ଷରୁ ଅଧିକ ବୟସର ପିଲାଙ୍କୁ କଫ ସିରପ ଦେଉଥିଲେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। କଫ ସିରପର ବିକଳ୍ପ ଔଷଧ ଦେବାକୁ ପରାମର୍ଶ ଦିଆଯାଇଛି।
Tags: #CoughSyrup #Kids #DGHS #Advisory













