ଓଡ଼ିଶାଲାଇଭ୍ ବ୍ୟୁରୋ
ମେଡିସିନ ଓ ପଦାର୍ଥ ବିଜ୍ଞାନ ପରେ ୨୦୨୫ ପାଇଁ ରସାୟନ ବିଜ୍ଞାନରେ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି କ୍ଷେତ୍ରରେ ତିନି ଜଣ ବୈଜ୍ଞାନିକଙ୍କୁ ନୋବେଲ କମିଟି ପକ୍ଷରୁ ଚୟନ କରାଯାଇଛି।
ସେମାନେ ହେଉଛନ୍ତି ଜାପାନର ବୈଜ୍ଞାନିକ ସୁସୁମୁ କିଟାଗାଓ୍ଵା, ଅଷ୍ଟ୍ରେଲିଆର ବୈଜ୍ଞାନିକ ରିଚାର୍ଡ ରୋବସନ ଓ ଆମେରିକାର ବୈଜ୍ଞାନିକ ଓମାର ଏମ. ୟାଘି।
ମେଟାଲ-ଅର୍ଗାନିକ ଫ୍ରେମଓ୍ଵାର୍କ ବିକାଶ ସମ୍ବନ୍ଧରେ ଗୁରୁତ୍ଵପୂର୍ଣ୍ଣ ଆବିଷ୍କାର ପାଇଁ ଏମାନଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯିବ।
ଡିସେମ୍ବର ୧୦ ତାରିଖ ଆଲଫ୍ରେଡ୍ ନୋବେଲଙ୍କ ତିରୋଧାନ ଦିବସ ଅବସରରେ ଏହି ପୁରସ୍କାର ଦିଆଯିବ। ପୁରସ୍କାର ରାଶି ବାବଦକୁ ୧୧ ନିୟୁତ ସ୍ଵିଡିସ୍ କ୍ରୋନାର ଅର୍ଥାତ୍ ଭାରତୀୟ ଟଙ୍କାରେ ପ୍ରାୟ ସାଢ଼େ ୧୦ କୋଟି ଟଙ୍କା ସହ ନୋବେଲ ଡିପ୍ଲୋମା ଓ ମେଡାଲ୍ ପ୍ରଦାନ କରାଯିବ।
#NobelPrize2025 #Chemistry #ChemistryPrize
















