ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ରସାୟନ ବିଜ୍ଞାନ ବିଭାଗରେ ଘୋଷଣା ହୋଇଛି ନୋବେଲ ପୁରସ୍କାର। ଏଥର ଏହି ପୁରସ୍କାର ମିଳିତ ଭାବେ ଦୁଇଜଣ ବୈଜ୍ଞାନିକଙ୍କୁ ମିଳିବ ବୋଲି ନୋବେଲ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି।

ଇମାନୁଏଲ୍ କାରପିଣ୍ଟର ଏବଂ ଜେନିଫର ଓ ଡୌଡନାଙ୍କୁ ଚଳିତ ବର୍ଷ ରସାୟନ ବିଜ୍ଞାନ ବିଭାଗରେ ନୋବେଲ ପୁରସ୍କାର ମିଳିବ। ଏନେଇ ଆଜି ବିଧିବଦ୍ଧ ଭାବେ ନାମ ଘୋଷଣା କରାଯାଇଛି।

ଏହାପୂର୍ବରୁ ଗତକାଲି ପଦାର୍ଥ ବିଜ୍ଞାନ ଓ ସୋମବାର ମେଡିସିନ୍ ବିଭାଗ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି।

Comment