ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀପାବଳି ପୂର୍ବରୁ ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା। ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

ଏଣିକି ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ୫୫ ପ୍ରତିଶତ ପରିବର୍ତ୍ତେ ୫୮ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ। ୨୦୨୫ ଜୁଲାଇ ପହିଲାରୁ ଏହା ପିଛିଲା ଭାବେ ଲାଗୁ ହେବ। ବର୍ଦ୍ଧିତ ମହଙ୍ଗା ଭତ୍ତା ଅକ୍ଟୋବର ମାସ ଦରମାରେ ମିଳିବ।

କେବଳ ସରକାରୀ କର୍ମଚାରୀ ନୁହନ୍ତି ପେନସନଭୋଗୀଙ୍କ ଟିଆଇରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅନୁରୂପ ଭାବେ ଏହି ବର୍ଦ୍ଧିତ ଟଙ୍କା ସେମାନେ ଅକ୍ଟୋବର ମାସରେ ପାଇବେ। ଏହାଦ୍ଵାରା ରାଜ୍ୟର ପ୍ରାୟ ୮ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ।

Tags: #StateGovtEmployees #DearnessAllowance #odisha

Comment