ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାର ଅଧୀନରେ ଚାକିରି କରୁଥିବା କର୍ମଚାରୀମାନଙ୍କ ପାଇଁ ନୂଆବର୍ଷ ନୂଆ ଖୁସି ଆଣିବାକୁ ଯାଉଛି। କାରଣ ଆସନ୍ତା ଜାନୁଆରି ମାସରେ କେନ୍ଦ୍ର ସରକାର ସରକାରୀ ଚାକିରିଆଙ୍କ ଦରମାକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼େଇବାକୁ ଯାଉଛନ୍ତି।ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରୁଥିବା କର୍ମଚାରୀମାନେ ୧୭ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। ଏହି ମହଙ୍ଗା ଭତ୍ତାକୁ ସରକାର ୨୧ ପ୍ରତିଶତକୁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ଏହି ଭତ୍ତା ବୃଦ୍ଧି ହେବା ଫଳରେ କର୍ମଚାରୀମାନଙ୍କ ଦରମା ୭୨୦ ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି କୁହାଯାଉଛି।ମହଙ୍ଗା ଭତ୍ତା ବୃଦ୍ଧି ପାଇବା ଫଳରେ ୫୦ ଲକ୍ଷ ସରକାରୀ କର୍ମଚାରୀମାନେ ଏହାର ଲାଭବାନ ହୋଇପାରିବେ। ଏହାସହ ୬୨ ହଜାର ପେନସନଧାରୀ ମଧ୍ୟ ଏହାଦ୍ୱାରା ଉପକୃତ ହେବେ। ତେବେ ଏ ପର୍ଯ୍ୟନ୍ତ ଏନେଇ ସରକାରଙ୍କ ତରଫରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ।

Comment