ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୬ ଫେବ୍ରୁଆରି ୧୭ରୁ ଆରମ୍ଭ ହେବ ସିବିଏସ୍‌ଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା। ଏ ନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି।

ଦଶମ ଶ୍ରେଣୀ ପରୀକ୍ଷା ଫେବ୍ରୁଆରି ୧୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୦ ତାରିଖ ଯାଏଁ ଚାଲିବ। ସେହିପରି ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରି ୧୭ରୁ ଆରମ୍ଭ ହୋଇ ଏପ୍ରିଲ ୯ ତାରିଖ ଯାଏଁ ଚାଲିବ। ଉଭୟ ଶ୍ରେଣୀର ପରୀକ୍ଷା ସକାଳ ୧୦ଟା ୩୦ରୁ ଆରମ୍ଭ ହେବ। ଚଳିତ ବର୍ଷ ମୋଟ ୪୫ ଲକ୍ଷ ଛାତ୍ରଛାତ୍ରୀ ସିବିଏସ୍‌ଇ ପରୀକ୍ଷା ଦେବେ।

ପ୍ରଥମ ଦିନରେ ଗଣିତ ପରୀକ୍ଷା ଦେବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ସେହିପରି ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରଥମ ଦିନ ବାୟୋଟେକ୍ନୋଲୋଜି, ଏଣ୍ଟରପ୍ରିନିଓରସିପ, ସଟହାଣ୍ଡ, ଷ୍ଟେନୋଗ୍ରାଫି ଆଦିରେ ପରୀକ୍ଷା ଦେବେ।

ପରୀକ୍ଷାର ପ୍ରାୟ ୧୧୦ ଦିନ ପୂର୍ବରୁ ତାରିଖ ଓ ସୂଚୀ ଘୋଷଣା କରାଯାଇଥିବାରୁ ଏହା ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ପାଇଁ ବେଶ ସହାୟକ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

Tags: #CBSE #CBSEBoardExam #ExamDate

Comment