ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ୨୦୨୪ ମସିହାରେ ହେବାକୁଥିବା ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଉଭୟ ପରୀକ୍ଷା ଫେବ୍ରୁଆରି ୧୫ ତାରିଖରୁ ଆରମ୍ଭ ହେବ। ଏନେଇ ମଙ୍ଗଳବାର ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ (ସିବିଏସଇ) ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ ସିବିଏସଇ ବୋର୍ଡର ୱେବସାଇଟରେ ଏହି କାର୍ଯ୍ୟସୂଚୀକୁ ଦେଖିପାରିବେ।

୨୦୨୪ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫେବ୍ରୁଆରି ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୩ ତାରିଖ ଯାଏଁ ଚାଲିବ। ଫେବ୍ରୁଆରି ୧୫,୧୬ ଓ ୧୭ ତାରିଖରେ ଆର୍ଟ, ମ୍ୟୁଜିକ ଓ ଅନ୍ୟାନ୍ୟ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଥିବାବେଳେ ମୁଖ୍ୟ ପରୀକ୍ଷା ଫେବ୍ରୁଆରି ୧୯ ତାରିଖରୁ ଆରମ୍ଭ ହେବ।    

ଦଶମ ବୋର୍ଡର ସବୁ ପରୀକ୍ଷା ସକାଳ ୧୦ଟା ୩୦ରୁ ଆରମ୍ଭ ହେବ। ମୁଖ୍ୟ ବିଷୟରେ ପରୀକ୍ଷାଗୁଡ଼ିକ ପାଇଁ ୩ ଘଣ୍ଟା ସମୟ ମିଳିବ।

ଅନ୍ୟପଟେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫେବ୍ରୁଆରି ୧୫ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖରେ ଯାଏଁ ଚାଲିବ। ସବୁ ଦ୍ୱାଦଶ ପରୀକ୍ଷା ମଧ୍ୟ ସକାଳ ୧୦ଟା ୩୦ରୁ ଆରମ୍ଭ ହେବ। କେବଳ ଆର୍ଟ ଓ ଅନ୍ୟାନ୍ୟ ଧନ୍ଦାମୂଳକ ବିଷୟକୁ ବାଦ ଦେଲେ ପ୍ରତି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ୩ ଘଣ୍ଟା ସମୟ ମିଳିବ।

Tags: #CBSEBoardExams #SecondaryEducation #CBSE #India

Comment