ଓଡ଼ିଶାଲାଇଭ୍ ବ୍ୟୁରୋ

ସାଉଦି ଆରବର ଜୁବେଲଠାରେ ପ୍ରବାସୀ ଓଡ଼ିଆ ସଂଗଠନ ‘ଉତ୍କଳିକା’ ର ୧୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଉତ୍ସବରେ ଦୁଇଶହ ଓଡ଼ିଆ ପରିବାର ସମେତ ୪୦୦ରୁ ଅଧିକ ଓଡ଼ିଆ ସଦସ୍ୟ ସାମିଲ ହୋଇଥିଲେ।

ଉତ୍କଳିକାର ମୁଖ୍ୟ ସଂଯୋଜକ ବନ ବିହାରି ମହାନ୍ତି ଉତ୍ସବରେ ଯୋଗଦେଇ କହିଥିଲେ, “ଓଡ଼ିଶାବାସୀ ନିଜ ମାଟିଠାରୁ ଯେତେ ଦୂରରେ ଥିଲେ ମଧ୍ୟ ନିଜ କଳା, ସଂସ୍କୃତି ଓ ଐତିହ୍ୟକୁ କେବ ଭୁଲନ୍ତି ନାହିଁ। ଉତ୍କଳିକାର ମଞ୍ଚ ଆଜି ସାଉଦି ଆରବରେ ରହୁଥିବା ଓଡ଼ିଶାର ଭାଇଭଉଣୀଙ୍କୁ ଏକାଠି ବାନ୍ଧି ରଖିଛି।”

ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା ‘ଉତ୍କଳିକା’ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମୁସ୍ତାଫା ବେଗ ଓ ସଂଯୁକ୍ତା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ଜାତୀୟ ସଂଗୀତ ‘ବନ୍ଦେ ଉତ୍କଳଜନନୀ’ ପରିବେଷଣ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ଓଡ଼ିଶୀ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

Tags: #Utkalika #AnnualDay #SaudiArabia #CultureofOdisha

Comment