ଓଡ଼ିଶାଲାଇଭ୍ ବ୍ୟୁରୋ
କମେଡି ଭିଡିଓ ଜରିଆରେ ନିଜର ପରିଚୟ ତିଆରି କରିଛନ୍ତି ଆଶିଷ କୁମାର ଦାସ। ୟୁଟ୍ୟୁବରେ କମେଡି ଭିଡିଓ କରି ବେଶ୍ ଭାଇରାଲ ହୋଇପାରିଛନ୍ତି ସେ। ଗୁଲୁଆ ନାଁରେ ସେ ଘରେ ଘରେ ପରିଚିତ।
ଦିନେ ହିରୋ ହେବାକୁ ସ୍ଵପ୍ନ ସଜେଇ ଥିବା ଆଶିଷ ହେଇଗଲେ କମେଡିଆନ ଗୁଲୁଆ। ୟୁଟ୍ୟୁବରେ କମେଡି ଭିଡିଓ କରୁକରୁ ଘରେ ଘରେ ପରିଚିତ ହେଲେ ସେ। ଏବେ ଓଡ଼ିଆ ସିନେମାରେ ତାଙ୍କୁ ଦେଖିବାକୁ ମିଳୁଛି।
ଗୁଲୁଆ କହନ୍ତି, “ମୁଁ ସବୁଥିରେ ଫେଲ୍। ଭଗବାନଙ୍କ କୃପାରୁ କମେଡିରେ ପାସ୍ ହେଇଗଲି।”
ଓଡ଼ିଶାଲାଇଭର ସାକ୍ଷାତକାରରେ ନିଜ ସଂଘର୍ଷ ବିଷୟରେ ଅନେକ କଥା କହିଛନ୍ତି ଆଶିଷ କୁମାର ଦାସ ଓରଫ ମିଷ୍ଟର ଗୁଲୁଆ। ଦେଖନ୍ତୁ ଭିଡିଓ।
Tags: #MrGulua #Comedy #OdiaComedy #MrGuluaComedy #Ketekatha
















