ଓଡ଼ିଶାଲାଇଭ୍ ବ୍ୟୁରୋ

Bharti singh-1

ଟିଭି ପରଦାରେ ନିଜ ମଜାକିଆ ଅନ୍ଦାଜ ପାଇଁ ବେଶ୍ ଲୋକପ୍ରିୟ ହେଉଛନ୍ତି ଭାରତୀ ସିଂ। ନିଜ ବିନ୍ଦାସ୍ ବ୍ୟକ୍ତିତ୍ୱ ଏବଂ କମିକ ଟାଇମିଂ ଦ୍ୱାରା ଅନ୍ୟ ମୁହଁରେ ହସ ଫୁଟାଇବାରେ ବେଶ୍ ମାହିର ଭରତୀ। କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନରେ ସେ କରିଛନ୍ତି ବହୁତ ସଂଘର୍ଷ। ପିଲାବେଳୁ ବହୁ ବାଧାବିଘ୍ନର ସମ୍ମୁଖିନ ହୋଇ ଆଜି ନିଜ ଗୋଡ଼ରେ ଛିଡ଼ା ହେଇପାରିଛନ୍ତି। ଅତୀତ କଥା ମନେପକାଇ ଆଜି ବି ଅସ୍ଥିତ ହୋଇଯାନ୍ତି ସେ।

ଭାରତୀଙ୍କ ପିଲାବେଳୁ ବହୁତ ଗରୀବ ଥିଲେ। ତାଙ୍କ ମା ଅନ୍ୟ ଘରେ ଖାଇବା ତିଆରି କରି ତାଙ୍କ ଘର ପୋଷୁଥିଲେ। ବେଳେବେଳେ ଭାରତୀ ମଧ୍ୟ ମା’ଙ୍କ ସହ କାମକୁ ଯାଆନ୍ତି ଆଉ ସେଠି ଲୋକଙ୍କ ଘର, ଫ୍ରିଜ୍ ଆଦି ଜିନିଷ ଦେଖି ନିଜେ ଗୋଟିଏ ଦିନ ସେପରି ହେବାକୁ ଭାବନ୍ତି। ଭାରତୀ ଯେତେବେଳେ ଦୁଇ ବର୍ଷର ହୋଇଥିଲେ, ସେବେ ହିଁ ପିତାଙ୍କ ଦେହାନ୍ତ ହୋଇଯାଇଥିଲା। ସେବେଠୁ ତାଙ୍କ ମା ହିଁ ତିନି ଛୁଆଙ୍କ ଦାୟିତ୍ୱ ନେଇଥିଲେ। ଛୋଟବେଳୁ ଭାରତୀଙ୍କ ମା ତାଙ୍କୁ ପରିଶ୍ରମ କରିବାକୁ ଶିଖାଇଛନ୍ତି। ସମସ୍ତ ପରିସ୍ଥିତିର କିପରି ମୁକାବିଲା କରିବେ ସେ ତାହା ନିଜ ମାଙ୍କଠୁ ହିଁ ଶିଖିଛନ୍ତି।

bharti-singh with mother

କମେଡ଼ି ଦୁନିଆରେ ତାଙ୍କ ଏଣ୍ଟ୍ରିକୁ ନେଇ ସେ କହିଥିଲେ ଯେ କଲେଜ ସମୟରେ ଥରେ ସେ କଲେଜ ଗାର୍ଡନରେ ନିଜ ସାଙ୍ଗମାନଙ୍କ ସହ ମସ୍ତି କରୁଥିଲେ। ଏହି ସମୟରେ ସେଇ ବାଟ ଦେଇ ସୁଦେଶ ଲହରୀ ଯାଉଥିଲେ। ପରେ ସେ ତାଙ୍କ ପ୍ରିନ୍ସିପାଲଙ୍କ ଜରିଆରେ ଭାରତୀଙ୍କୁ ଡକାଇ ପଠାଇଲେ। ସେଠାରେ ଭାରତୀଙ୍କୁ ସୁଦେଶ ଲହରୀଙ୍କର କମେଡି ଡ୍ରାମାର କିଛି ଲାଇନ୍ ପଢ଼ିବାକୁ ଦିଆଯାଇଥିଲା। ଭାରତୀ ଏହା ପଢ଼ିଲା ପରେ ସୁଦେଶ ଲହରୀଙ୍କୁ ଏହା ଖୁବ୍ ପସନ୍ଦ ଆସିଥିଲା। ସେ ଭାରତୀଙ୍କୁ ନିଜ କମେଡି ଡ୍ରାମାରେ ଯୋଗ ଦେବାକୁ କହିଥିଲେ। ପ୍ରଥମେତଃ ଭାରତୀ ଏଥିପାଇଁ ରାଜି ନଥିଲେ, ହେଲେ ତାଙ୍କ ପ୍ରିନ୍ସିପାଲ୍ ତାଙ୍କୁ ଏହା କରିବାକୁ ପରାମର୍ଶ ଦେବା ସହ ଏପରି କଲେ ତାଙ୍କ କଲେଜର ନା ହେବା ସହ ତାଙ୍କ କଲେଜା ଫି’ ଛାଡ଼ କରିବେ ବୋଲି ମଧ୍ୟ କହିଥିଲେ। ପରେ ଭାରତୀ ସେହି କମେଡି ଡ୍ରାମାଟି କରିଥିଲେ। ଏହାକୁ ଜାତୀୟ ସ୍ତରରେ ଖୁବ୍ ଆଦୃତ କରାଯାଇଥିଲା।

Bharti and kapil

ଛୋଟ ପରଦାଠାରୁ ଆରମ୍ଭ କରି ବଡ଼ ପରଦା ପର୍ଯ୍ୟନ୍ତ ସବୁ କଳାକାରଙ୍କ ପ୍ରିୟ ହୋଇସାରିଛନ୍ତି ଭାରତୀ। ବିଭିନ୍ନ କମେଡି ସୋ’ରେ ନିଜର ମଜାଳିଆ ସ୍ୱଭାବ ଯୋଗୁଁ ଦର୍ଶକ ତାଙ୍କୁ ଦେଖିବାକୁ ବେଶ୍ ପସନ୍ଦ କରନ୍ତି ଏବଂ ସୋ’କୁ ଅତିଥି ହୋଇ ଆସୁଥିବା ସମସ୍ତ କଳାକାର ମଧ୍ୟ ତାଙ୍କ କମେଡିର ଭରପୁର ମଜା ନିଅନ୍ତି।

Comment