ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ କମେଡିଷ୍ଟାର ପପୁ ପମପମ୍ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଛୋଟ ପରଦାକୁ ଫେରିଛନ୍ତି। ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ଏକ୍ସକ୍ୟୁଜ୍ ମି ଯାହା କହିବି ସତ କହିବି’ ଜରିଆରେ ପୁଣି ଦର୍ଶକଙ୍କୁ  ହସେଇ ହସେଇ ମତୁଆଲା କରୁଛନ୍ତି ପପୁ।

ଗତ କିଛିମାସ ଧରି ପପୁ ଛୋଟ ପରଦାରୁ ଦୂରେଇ ରହିଥିଲେ। ହେଲେ ସୋସିଆଲ୍ ମିଡିଆରେ ସେ ବେଶ୍ ଚର୍ଚ୍ଚାରେ ଥିଲେ। ବିଶେଷକରି ଟିକଟକରେ ତାଙ୍କର ମଜାଳିଆ ଭିଡିଓ ସମସ୍ତଙ୍କୁ ହସାଉଥିଲା।

ଏହାପରେ ବର୍ତ୍ତମାନ ‘ଏକ୍ସକ୍ୟୁଜ୍ ମି ଯାହା କହିବି ସତ କହିବି’ର ସିଜିନ୍ ୩ ଆରମ୍ଭ ହୋଇଛି। ହେଲେ ପୂର୍ବଥର ଅପେକ୍ଷା ଏଥିର କିନ୍ତୁ ଏଥିରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ପୂର୍ବରୁ ପୁପୁଙ୍କୁ ତରଙ୍ଗ ଅଦାଲତରେ ହାଜର ହୋଇ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପଡୁଥିଲା। ହେଲେ ଏଥର ସେ ଥାନାରେ ଅଭିଯୁକ୍ତ ହୋଇ ଆସି ସବୁ ପ୍ରଶ୍ନର ଉତ୍ତର ଦେଉଛନ୍ତି।

ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ପପୁ ପମପମଙ୍କ ସହ ପୋଲିସ ଅଭିନୟରେ ବିଦୁସ୍ମିତାଙ୍କୁ ଦେଖିବାକୁ ମିଳୁଛି। ଏହାର କେତୋଟି ଏପିସୋଡ୍ ବର୍ତ୍ତମାନ ଟେଲିକାଷ୍ଟ ମଧ୍ୟ ହୋଇସାରିଲାଣି।

LEAVE A REPLY

Please enter your comment!
Please enter your name here