ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ସମସ୍ତ ଆରଟିଓକୁ ଦଲାଲମୁକ୍ତ କରିବାକୁ ନିଆଯାଉଛି ଦୃଢ଼ କାର୍ଯ୍ୟାନୁଷ୍ଠାନ। ଆଜି ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଆରଟିଓ-୧ ପରିସରରେ ଥିବା ଦଲାଲମାନଙ୍କ ବିଭିନ୍ନ ଅସ୍ଥାୟୀ ଘରଗୁଡ଼ିକୁ ଭାଙ୍ଗିଦେଇଛି ପ୍ରଶାସନ।

ସୋମବାର ବିଡିଏ ଓ ବିଏମସିର ଅଧିକାରୀମାନେ ଜେସିବି ସାହାଯ୍ୟରେ ଏହି ଜବରଦଖଲକୁ ଉଠାଇଛନ୍ତି। ସେହି ଅଞ୍ଚଳରେ ଦଲାଲମାନଙ୍କ ଦ୍ୱାରା କରାଯାଇଥିବା ୩୦ରୁ ଉର୍ଦ୍ଧ ଅସ୍ଥାୟୀ ଘରକୁ ଭାଙ୍ଗିଦିଆଯାଇଛି।

କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ସେହି ଅଞ୍ଚଳରେ ପୋଲିସ୍ ମଧ୍ୟ ମୁତୟନ କରାଯାଇଥିଲା।

ଶନିବାର ପରିବହନ ବିଭାଗ କମିଶନର ସଞ୍ଜୀବ ପଣ୍ଡା ରାଜ୍ୟର ସମସ୍ତ ପରିବହନ କାର୍ଯ୍ୟାଳୟ ଚାରିପାଖରେ ଥିବା ଦଲାଲଙ୍କ ଅସ୍ଥାୟୀ ଘରଗୁଡ଼ିକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଦଲାଲ କିମ୍ବା ମଧ୍ୟସ୍ଥିମାନେ ଯେମିତି କାର୍ଯ୍ୟାଳୟ ଭିତରେ ପ୍ରବେଶ କରିନପାରିବେ ସେଥିପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଆଦେଶ ଦେଇଥିଲେ।

ସେହିପରି ସମସ୍ତ ପରିବହନ କାର୍ଯ୍ୟାଳୟରେ ସିସିଟିଭି ଲଗାଯାଇ ଦଲାଲଙ୍କ ଉପରେ ନଜର ରଖିବା ସହ ଲୋକଙ୍କୁ ସଠିକ୍ ସୁବିଧା ସୁଯୋଗ ଯୋଗଇଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ।

LEAVE A REPLY

Please enter your comment!
Please enter your name here