ଓଡ଼ିଶାଲାଇଭ ବ୍ୟୁରୋ

ଜଣେ ଫଟୋଗ୍ରାଫର ଜଣେ ମହିଳା ପର୍ଯ୍ୟଟକଙ୍କ ପାଇଁ ଦେବଦୂତ ସାଜିଛନ୍ତି। ନିଜ ଜୀବନକୁ ବାଜି ଲଗାଇ ସମୁଦ୍ର ପାଣିରେ ଭାସି ଯାଉଥିବା ଜଣେ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରେ।

ଆନ୍ଧ୍ରପ୍ରଦେଶ କାକିନାଡାର ଜଣେ ମହିଳା ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିଥିଲେ। ସେ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଗାଧୋଉଥିବା ବେଳେ ଅସାବଧାନତା ଯୋଗୁଁ ପାଣିରେ ବୁଡ଼ି ଯାଇଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ଫଟୋଗ୍ରାଫର ସମୁଦ୍ରକୁ ଡିଆଁ ମାରି ମହିଳାଙ୍କ ଜୀବନ ବଞ୍ଚାଇଥିଲେ।

ପରେ ମହିଳାଙ୍କୁ କୋଣାର୍କ ଡାକ୍ଚରଖାନାରେ ଭର୍ତ୍ତି କରିଥିଲେ। ତେବେ ବର୍ତ୍ତମାନ ମହିଳାଙ୍କ ସ୍ଵାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here