ଓଡ଼ିଶାଲାଇଭ ବ୍ୟୁରୋ

ନଭେମ୍ଵର ୧ ଓ ୨ ତାରିଖରେ ଅଲମ୍ପିକ୍ସ ହକି କ୍ଵାଲିଫାୟର୍ସ ଲାଗି ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଘୋଷଣା ହୋଇଛି। ଏଥିରେ ମହିଳା ଦଳରେ ଓଡ଼ିଶାରୁ ୩ ଜଣ ସ୍ଥାନ ପାଇଥିବା ବେଳେ ପୁରୁଷ ଦଳରେ ଜଣେ ସ୍ଥାନ ପାଇଛନ୍ତି। ଏହି ଖେଳ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ।

ଓଡ଼ିଶାରୁ ଡିପ୍‌ ଗ୍ରେସ ଏକ୍କା, ନୀଳିମା ଏକ୍କା ଓ ନମିତା ଟପ୍ପୋ ମହିଳା ହକି ଦଳରେ ସ୍ଥାନ ପାଇଥିବା ବେଳେ ଅମିତ ରୋହିଦାସ୍‌ ପୁରୁଷ ଦଳରେ ସ୍ଥାନ ପାଇଛନ୍ତି।

ମନପ୍ରିତ ସିଂହଙ୍କ ନେତୁତ୍ଵରେ ଭାରତୀୟ ପୁରୁଷ ଦଳ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଋଷିଆକୁ ଭେଟିବ। ଏଫଆଇଏଚ ହକି ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ବିଜେତା ଦଳକୁ ୩ ପଏଣ୍ଟ ଓ ମ୍ୟାଚ ଡ୍ର ରହିଲେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ।

LEAVE A REPLY

Please enter your comment!
Please enter your name here