ଓଡ଼ିଶାଲାଇଭ୍ ବ୍ୟୁରୋ

ତୃତୀୟ ଟେଷ୍ଟରେ ଭାରତୀୟ ଦଳ ବିଜୟୀ ହେବାଠାରୁ ଆଉ ମାତ୍ର ୨ ୱିକେଟ୍ ପଛରେ ରହିଯାଇଛି। ଯେଉଁ କାରଣରୁ ଖେଳକୁ ଚତୁର୍ଥ ଦିନକୁ ଯିବାକୁ ପଡ଼ିଛି। ଭାରତ ଏହି ମ୍ୟାଚ ଜିତିଲେ ସିରିଜକୁ ୩-୦ରେ ଅକ୍ତିଆର କରିବ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଶେଷ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ଦଳ ପ୍ରତିପକ୍ଷର ଦକ୍ଷିଣ ଆଫ୍ରିକା ଦଳକୁ ମାତ୍ର ୧୬୨ ରନରେ ଅଲଆଉଟ୍ କରିଦେଇଥିଲା। ଏହାପରେ ଦକ୍ଷିଣ ଆଫ୍ରିକା ଦଳ ଫଲୋଅନ୍ ଖେଳିଥିଲା।

ଦ୍ୱିତୀୟ ଇଂନିସରେ ମଧ୍ୟ ଦକ୍ଷିଣ ଆଫ୍ରିକା ଦଳ ଆହୁରି ଦୟନୀୟ ବ୍ୟାଟିଂ କରିଥିଲା। ଦଳ ଦ୍ୱିତୀୟ ଇଂନିସରେ ମଧ୍ୟ ମାତ୍ର ୧୩୨ ରନରେ ୮ଟି ୱିକେଟ୍ ହରାଇ ସାରିଛି। ଏହାପରେ ଅମ୍ପାୟାର ତୃତୀୟ ଦିନର ଖେଳ ସମାପ୍ତି ଘୋଷଣା କରିଥିଲେ।

ତେବେ ମ୍ୟାଚରେ ଜିତାପଟ ହାସଲ କରିବାକୁ ଭାରତୀୟ ଦଳ ଦୁଇ ୱିକେଟ ପଛରେ ରହିଯାଇଥିଲା। ତେଣୁ ବୁଧବାର ଚତୁର୍ଥ ଦିନରେ ଭାରତୀୟ ଦଳକୁ ବିଜୟ ଧାର୍ଯ୍ୟ କରିବା ପାଇଁ ଆଉ ମାତ୍ର ୨ଟି ୱିକେଟର ଆବଶ୍ୟକତା ଅଛି। ଏହି ମ୍ୟାଚରେ ବିଜୟୀ ହେଲେ ଭାରତୀୟ ଦଳ ୩-୦ରେ ସିରିଜ୍ ବିଜୟୀ ହେବ।

LEAVE A REPLY

Please enter your comment!
Please enter your name here