ଓଡ଼ିଶାଲାଇଭ୍ ବ୍ୟୁରୋ

ଶାନ୍ତିଲତା ବାରିକ ଛୋଟରାୟ କଲଚରାଲ ଟ୍ରଷ୍ଟ ତରଫରୁ ଭୁବନେଶ୍ୱର ଜୟଦେବ ଭବନରେ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ‘ହେ ଚକାନୟନ’।

ସବୁ ବନ୍ଧନ ମୋ ଖୋଲିଦେଇ ପ୍ରଭୁ…, ତୋ ଦେହେ କଳା କି ବଳିଲା କାଳିଆ…, ମୁଁ ପାଣି ହେଲେ ତୁ ଚନ୍ଦନ…, ଏମିତି ମୁଁ କାନ୍ଦୁଥିବି… ଆଦି ଭଜନରେ ଜଗନ୍ନାଥମୟ ହୋଇଯାଇଥିଲା ଭୁବନେଶ୍ୱରର ଜୟଦେବ ଭବନ ପ୍ରେକ୍ଷାଳୟ।

ଜଣକ ପରେ ଜଣେ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମହାପ୍ରଭୁ ଜଗନ୍ନାଥଙ୍କ ଗୋଟିଏ ପରେ ଗୋଟି ଭଜନ ଗାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହି ଭକ୍ତି ଭାବମୟର ନିଆରା ପରିବେଶ ସୃଷ୍ଟି ହୋଇଥିଲା ମଙ୍ଗଳବାର ସନ୍ଧ୍ୟାରେ। ଅବସର ଥିଲା ଶାନ୍ତିଲତା ବାରିକ ଛୋଟରାୟ କଲଚରାଲ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ‘ହେ ଚକାନୟନ’।

ଶାନ୍ତିଲତା ବାରିକ ଛୋଟରାୟଙ୍କ ସମେତ ଆଗଧାଡ଼ିର କଣ୍ଠଶିଳ୍ପୀ ମନ୍ମଥ ମିଶ୍ର, ଦେବୀପ୍ରଭା ସ୍ୱାଇଁ, ରବିନ୍ଦ୍ର ମହାପାତ୍ର, ଶୈଳଭାମା, ମହାପ୍ରସାଦ କର, ବିଷ୍ଣୁମୋହନ କବି, ପ୍ରଶାନ୍ତ ପାଢ଼ୀ, ସରନ୍ୟା ମିଶ୍ର ପ୍ରମୁଖ ଭଜନ ପରିବେଷଣ କରି ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

ଶାନ୍ତିଲତା ବାରିକଙ୍କ ଲୋକପ୍ରିୟ ଭଜନ ‘ସବୁ ବନ୍ଧନ ମୋ’ ଖୋଲିଦେଇ ପ୍ରଭୁ, ତୋ ଦେହେ କଳା ବଳିଲା କି କାଳିଆ, ଏମିତି ମୁଁ କାନ୍ଦୁଥିବି, କାଳିଆ ମୋ ଜୀବନ ତାରା, କଉଡ଼ି ସାଥିରେ ବିଞ୍ଚୁଥିବେଟି ଖଇ, ଦେଖୁଥିବି ତୋର ନିତ୍ୟ ବୃନ୍ଦାବନ ଭଜନରେ ଦର୍ଶକ ବିଭୋର ହୋଇଥିଲେ।

ପ୍ରତିବର୍ଷ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶାନ୍ତିଲତା ବାରିକ ଛୋଟରାୟ କଲଚରାଲ ଟ୍ରଷ୍ଟ ତରଫରୁ ‘ହେ ଚକାନୟନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କିସ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ନାଇଜର କୁଳସଚିବ ଅଭୟ କୁମାର ନାୟକ, ବରିଷ୍ଠ ସାମ୍ବାଦିକ ତଥା ଶାନ୍ତିଲାତା ବାରିକ ଛୋଟରାୟ କଲଚରାଲ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ପ୍ରଦୋଶ ପଟ୍ଟନାୟକ, ଅଧ୍ୟକ୍ଷ ବ୍ରଜ କିଶୋର ଦାଶ, ଉପାଧ୍ୟକ୍ଷ ବସନ୍ତ କୁମାର ଛୋଟରାୟ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ମୃତ୍ୟୁଞ୍ଜୟ ରଥ।

ଏହି ଅବସରରେ ସ୍ୱାମୀ ଅରୂପାନନ୍ଦଙ୍କୁ ନାଲ୍‌କୋ ତରଫରୁ ଶାନ୍ତିଲତା ବାରିକ୍‌ ଛୋଟରାୟ ସଙ୍ଗୀତ ସମ୍ମାନ, ଜଗଦ୍‌ଗୁରୁ ସଙ୍ଗୀତ ଅନୁରାଗୀ ଦୁଃଶାସନ ସ୍ୱାଇଁଙ୍କୁ ଶ୍ରେଷ୍ଠ ସଙ୍ଗୀତ ସଙ୍ଗଠକ ସମ୍ମାନ ପ୍ରଦାନ କରାଯାଇଥିଲେ।

He Chakanayanaଓଡ଼ିଶାଲାଇଭ୍‌ ୟୁ ଟ୍ୟୁବ୍‌ ଚ୍ୟାନେଲ (www.youtube.com/odishalive) ନ୍ୟୁଜ୍‌ ପୋର୍ଟାଲ (www.odisha.live), ଫେସ୍‌ବୁକ୍‌ facebook.com/odishalive ‘ହେ ଚକାନୟନ’ କାର୍ଯ୍ୟକ୍ରମର ଲାଇଭ୍‌ ଷ୍ଟ୍ରିମିଂ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here