ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳା ସୁରକ୍ଷା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ଦିଲ୍ଲୀର ଇଣ୍ଡିଆ ଗେଟ୍ ସମ୍ମୁଖରେ ସମର୍ଥକଙ୍କୁ ନେଇ ପ୍ରିୟଙ୍କା ଧାରଣାରେ ବସିଛନ୍ତି। ଏହାସହ ଜାମିଆ ମାଲିଆ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଛାତ୍ର ହିଂସାକୁ ମଧ୍ୟ ପ୍ରିୟଙ୍କା ଅସ୍ତ୍ର କରିଛନ୍ତି। ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଲାଠି ମାଡ଼କୁ ପ୍ରିୟଙ୍କା ନିନ୍ଦା କରିଛନ୍ତି।
ନାଗରିକତା ସଂଶୋଧନ ବିଲ୍କୁ ବିରୋଧ କରି ଜାମିଆ ମାଲିଆ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଗତ ରବିବାରଠାରୁ ଏହି ଅଶାନ୍ତି ତୀବ୍ରତର ହୋଇଛି। ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ଲାଠି ମାଡ଼ କରିଛି। ଫଳରେ ଏହାକୁ ବିରୋଧ କରି ପ୍ରିୟଙ୍କା ଇଣ୍ଡିଆ ଗେଟ୍ ସମ୍ମୁଖରେ ୨ ଘଣ୍ଟିଆ ଧାରଣାରେ ବସିଛନ୍ତି।
‘‘ଦେଶରେ ଗୁଣ୍ଡାରାଜ ଚଳିବ ନାହିଁ। କାରଣ ଭାରତ ଗୁଣ୍ଡାମାନଙ୍କର ଆଡ୍ଡା ନୁହେଁ’’, କହିଛନ୍ତି ପ୍ରିୟଙ୍କା।