ଓଡ଼ିଶାଲାଇଭ୍‍ ବ୍ୟୁରୋ

ଓଡ଼ିଶାରୁ ପରୀକ୍ଷା ଦେବେ ୪୬ ହଜାର ଛାତ୍ରଛାତ୍ରୀ

ଆସନ୍ତା ଏପ୍ରିଲ୍ ୮ରେ ଅନୁଷ୍ଠିତ ହେବ ଜେଇଇ ମେନ୍ ୨୦୧୮। କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ପକ୍ଷରୁ ଜେଇଇ ମେନ୍ ଓ ଜେଇଇ ଆଡଭାନ୍ସଡ ୨୦୧୮ ପରୀକ୍ଷା କରାଯିବ। ସାରା ଦେଶରୁ ୧୨ଲକ୍ଷ ୪୮ ହଜାର ୭୩୬ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଏମାନଙ୍କ ମଧ୍ୟରୁ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି ୪୬ ହଜାର ୭୮୯।

ସର୍ବଭାରତୀୟ ଜେଇଇ ମେନ୍ ରାଙ୍କ ଅନୁଯାୟୀ ଦେଶର ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜରେ ବିଟେକ୍ ଏବଂ ବିଆର୍କ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ। ଦ୍ୱାଦଶ ଶ୍ରେଣୀରେ ରଖିଥିବା ନମ୍ବରକୁ ଜେଇଇ ରାଙ୍କ ପ୍ରସ୍ତୁତ ବେଳେ ଅଗ୍ରାଧିକାର ଦିଆଯିବ ନାହିଁ।

ଜେଇଇ ଆଡଭାନ୍ସଡ ଏବଂ ଜେଇଇ ମେନ୍ ରାଙ୍କ ଅନୁଯାୟୀ ଆଇଆଇଟି, ଏନଆଇଟି, ଆଇଆଇଆଇଟି ଓ ସିଏଫ୍‌ଟିଆଇରେ ନାମ ଲେଖାଇବା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଦ୍ୱାଦଶ ପରୀକ୍ଷାରେ ୭୫ ପ୍ରତିଶତରୁ ଅଧିକ ନମ୍ବର ରଖୁଥିବେ କିମ୍ବା ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶୀର୍ଷ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବେ।

ଅନୁସୂଚିତ ଜାତି ଓ ଅନୁସୂଚିତ ଉପଜାତି ଛାତ୍ରଛାତ୍ରୀ ସର୍ବନିମ୍ନ ୬୫ ପ୍ରତିଶତ ନମ୍ବର ରଖି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ଗୁଜରାଟ, ମଧ୍ୟପ୍ରଦେଶ, ହରିଆନା, ଉତ୍ତରାଖଣ୍ଡ, ନାଗାଲାଣ୍ଡ ଓ ଓଡ଼ିଶା ଜେଇଇ ମେନ୍ ୨୦୧୮ରେ ସାମିଲ୍ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here