ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୧୫ ଯାଏଁ ଚାଲିବ ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍।
ପର୍ଯ୍ୟଟକମାନଙ୍କ ଚାହିଦା ଓ ଭିଡ଼କୁ ନଜରରେ ରଖି ଆଉ ୧୫ ଦିନ ଘୁଞ୍ଚିଲା ‘କୋଣାର୍କ ଇକୋ ରିଟ୍ରିଟ୍’। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ରେ ଡିସେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଥିବା ରିଟ୍ରିଟ୍ ଜାନୁଆରି ୩୧ ତାରିଖ ପରିବର୍ତ୍ତେ ଫେବ୍ରୁଆରି ୧୫ରେ ଶେଷ ହେବ।
ଆସନ୍ତା ୨୩ ଓ ୨୪ ତାରିଖ ଦୁଇ ଦିନ ଧରି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ସବୁ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନେ ଯୋଗ ଦେବେ। ଏହି ସମ୍ମିଳନୀରେ ସାରା ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ମାନସମନ୍ଥନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମିଳନୀରେ ଉଦ୍ଘାଟନ କରିବେ।
ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ନିକଟବର୍ତ୍ତୀ ରାମଚଣ୍ତୀ ବେଳାଭୂମିରେ ଡିସେମ୍ବର ୧୪ରୁ ଆରମ୍ଭ ହୋଇଥିବା ଏହି ରିଟ୍ରିଟ୍ର ବେଳାଭୂମିରେ ସଜେଇ ହୋଇଛି ୫୦ଟି ୨ ଶର୍ଯ୍ୟା ବିଶିଷ୍ଟ ବିଳାସପୂର୍ଣ୍ଣ ଟେଣ୍ଟ। ସମୁଦ୍ରର ଢେଉ ସହ ପଞ୍ଚତାରକା ହୋଟେଲ୍ର ଅନୁଭବ ଦେବ ଏହି ଅସ୍ଥାୟୀ ଟେଣ୍ଟ। ସମୁଦ୍ର ବେଳାଭୂମିରେ ଓ ବିଳାସପୂର୍ଣ୍ଣ ଅସ୍ଥାୟୀ ଟେଣ୍ଟରେ ରହିବାର ମଜା ଟିକେ ନିଆରା। ପର୍ଯ୍ୟଟକମାନଙ୍କ ଚାହିଦାକୁ ଦେଖି ଟେଣ୍ଟଗୁଡ଼ିକୁ କ୍ଲାସିକ୍ କଟେଜ୍, ଡିଲକ୍ସ କଟେଜ୍, ପ୍ରିମିୟମ୍ କଟେଜ୍, ରୟାଲ କଟେଜ୍ ଓ ପ୍ରେସିଡେନ୍ସିଆଲ ଭିଲ୍ଲା ଆଦିରେ ଣ୍ରେଣୀଭୁକ୍ତ କରାଯାଇଛି।
ପର୍ଯ୍ୟଟକମାନେ ଟେଣ୍ଟରେ ରହିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇପାରିବେ। ପ୍ରତ୍ୟେକ ସନ୍ଧ୍ୟାରେ ଲୋକନୃତ୍ୟ ଶିଳ୍ପୀ ସେମାନଙ୍କ ନୃତ୍ୟ ପରିବେଷଣ କରିବେ।
ବର୍ତ୍ତମାନ ସୁଦ୍ଧା ଇକୋ ରିଟ୍ରିଟ୍ରେ ୬୫ରୁ ୭୦ ପ୍ରତିଶତ କଟେଜ୍ ବୁକିଂ ହୋଇଛି। ଏଠାରେ ରହୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ୨୫ ପ୍ରତିଶତ ରାଜ୍ୟ ବାହାରର।