ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କୋଣାର୍କ ମେରାଇନ୍‌ ଡ୍ରାଇଭରେ ଆୟୋଜିତ ଇକୋ ରିଟ୍ରିଟ୍‌ ପରିସରରେ ଆଜି ଅନ୍ତର୍ଜାତୀୟ ପର୍ଯ୍ୟଟନ ସମ୍ମିଳନୀ ଉଦ୍‌ଯାପିତ ହୋଇଛି। ଏହି ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ। ସେହିପରି ଗୁଜୁରାଟ ପର୍ଯ୍ୟଟନ ସଚିବ ମମତା ଭର୍ମା ମଧ୍ୟ ଯୋଗ ଦେଇଥିଲେ।

ଏହାସହ ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ଉଭୟ ଗୁଜୁରାଟ-ଓଡିଶା ସରକାରଙ୍କ ବୁଝାମଣା ହୋଇଛି। ଓଡିଶା ସରକାରଙ୍କ ପକ୍ଷରୁ ଗୁଜୁରାଟ ସରକାରଙ୍କ ପର୍ଯ୍ୟଟନ ସଚିବ ମମତା ଭର୍ମାଙ୍କୁ ଏକ ମେମୋରେଣ୍ତମ ପ୍ରଦାନ କରାଯାଇଛି।

ସେହିପରି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ କହିଛନ୍ତି ଯେ, ଓଡ଼ିଶାରେ ପର୍ଯ୍ୟଟନ ପାଇଁ ଅନେକ ଭିତ୍ତିଭୂମି ରହିଛି। ଏହାର ବିକାଶ ହେବା ନିହାତି ଆବଶ୍ୟକ। କୋଣାର୍କକୁ ଆଇକନ ସାଇଟ୍ ଘୋଷଣା କରିବାକୁ ପ୍ରଧାନ ମନ୍ତ୍ରୀଙ୍କ ନିକଟରେ ଦାବି ରଖାଯିବ। ଏନେଇ ଖୁବ୍‌ ଶୀଘ୍ର ଶୁଭ ସୂଚନା ମିଳିବ।

LEAVE A REPLY

Please enter your comment!
Please enter your name here