ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ସିଏସକେ ଦଳକୁ ଗୋଟିଏ ପରେ ଗୋଟିଏ ବଡ଼ ଝଟକା ଲାଗିବାରେ ଲାଗିଛି। ସୁରେଶ ରାଇନାଙ୍କ ପରେ ଏବେ ଦଳର ଷ୍ଟାର ସ୍ପିନର ହରଭଜନ ସିଂହ ମଧ୍ୟ ଆଇପିଏଲ୍ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ବ୍ୟକ୍ତିଗତ କାରଣ ଦର୍ଶାଇ ଏଥର ଭଜି ଆଇପିଏଲରୁ ଓହରି ଯାଇଛନ୍ତି।
ବର୍ତ୍ତମାନ ସିଏସକେ ଦଳ ଆଇପିଏଲ୍ ଖେଳିବାକୁ ୟୁଏଇରେ ପହଞ୍ଚିସାରିଛି। ହେଲେ ଏହାପୂର୍ବୁର ମଧ୍ୟ ଦଳ ଚେପକ ଷ୍ଟାଡିୟମରେ ପାଞ୍ଚଦିନ ପର୍ଯ୍ୟନ୍ତ ଟ୍ରେନିଂ ଶିବିର ରଖିଥିଲା। ଏହି ଟ୍ରେନିଂ ଶିବିରରେ ଜାଡେଜା ଓ ଭଜି ଯୋଗଦେଇନଥିଲେ।ଏହା ମଧ୍ୟରେ ରବୀନ୍ଦ୍ର ଜାଡେଜା ୟୁଏଇରେ ଦଳ ସହିତ ଯୋଗଦେଇସାରିଥିବାବେଳେ ଆଜି ଭଜି ଆଇପିଏଲରୁ ଓହରି ଯାଇଥିବା ସୂଚନା ମିଳିଛି।
ଏହାପୂର୍ବରୁ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ମଧ୍ୟ ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲରୁ ଓହରି ଯାଇଥିଲେ। ଏବେ ଭଜିଙ୍କ ଓହରି ଯିବା ପରେ ସିଏସକେ ଦଳକୁ ଆଉ ଏକ ଝଟକା ଲାଗିଛି।