ଓଡ଼ିଶାଲାଇଭ ବ୍ୟୁରୋ

ବଲିଉଡ୍ର ଡ୍ରଗ୍ସ ଲିଙ୍କ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଇଣ୍ଡଷ୍ଟ୍ରିର ଟପ୍‌ ଅଭିନେତ୍ରୀ ଦୀପିକାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସମନ୍‌ କରିଛି। ତେବେ କେବଳ ଦୀପିକାଙ୍କୁ ନୁହେଁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର, ରାକୁଲ ପ୍ରୀତ ସିଂ, ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟାଙ୍କୁ ମଧ୍ୟ ଏନ୍‌ସିବି ସମନ୍‌ କରିଛି। ଆଗାମୀ ୩ ଦିନ ଭିତରେ ଏ ସମସ୍ତଙ୍କୁ ପଚରାଉଚରା କରାଯାଇପାରେ।

ରିପୋର୍ଟ ଅନୁସାରେ ଏନସିବି ହାତରେ ଦୀପିକାଙ୍କର ଏକ ପୁରୁଣା ହ୍ୱାଟସଆପ୍‌ ଚାଟ ପଡ଼ିଛି। ଯେଉଁଥିରେ ଦୀପିକା ଏକ ଟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନିରେ କାମ କରୁଥିବା କରିସ୍ମାକୁ ଇସାରାରେ ଡ୍ରଗ୍ସ ମାଗୁଥିବା ସନ୍ଦେହ କରିଛି ଏନସିବି।

ସେହିପରି ଡ୍ରଗ୍ସ ଲିଙ୍କରେ ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ସେ ଏନସିବିକୁ ବଲିଉଡର ୨୫ ଜଣଙ୍କ ନାଁ କହିଥିବା ଜଣାପଡ଼ିଥିଲା। ଏହି ୨୫ ଜଣଙ୍କ ଭିତରେ ସାରାଙ୍କ ନାଁ ମଧ୍ୟ ସାମିଲ ଥିଲା।  ତେବେ ସାରା ଅନେକ ସମୟରେ ଡ୍ରଗ୍ସ ପାର୍ଟିରେ ମଧ୍ୟ ସାମିଲ ହୋଇଥିବା ଶୁଣିବାକୁ ମିଳିଥିଲା।

ସୁଶାନ୍ତଙ୍କ ଟାଲେଣ୍ଟ ମ୍ୟାନେଜର ଜୟା ଶାହ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଏକ ଚାଟ୍ ମଧ୍ୟ ଭାଇରାଲ ହେଉଛି। ଯାହାପରେ ଶ୍ରଦ୍ଧା ମଧ୍ୟ ଏହି ଲିଙ୍କ୍‌ରେ ଜଡ଼ିତ ଥିବା ଚର୍ଚ୍ଚା ହେଉଛି।

ଡ୍ରଗ୍ସ ଲିଙ୍କ୍‌ ମାମଲାରେ ରାକୁଲ ପ୍ରୀତଙ୍କ ନାଁ ମଧ୍ୟ ଆସିଛି। ଏନସିବିର ପଚରାଉଚରା ପରେ ଅନେକ ଗୁମର ଖୋଲିବ ବୋଲି ଆଶା କରାଯାଉଛି। ଏହି ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ଏନସିବି।

ଅନ୍ୟପକ୍ଷରେ ମୁମ୍ବାଇରେ ପ୍ରବଳ ବର୍ଷା ସତ୍ତ୍ୱେ  ବୁଧବାର ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଜେରା କରାଯାଇଛି।

Comment