ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ୩ରେ ଭୋଟ ଗଣତି ହେବ। ଶନିବାର ନିର୍ବାଚନ କମିସନ ଏନେଇ ଘୋଷଣା କରିଛନ୍ତି।

ପିପିଲି ଉପନିର୍ବାଚନରେ ବିଜେଡି ପକ୍ଷରୁ ରୁଦ୍ର ପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସରୁ ବିଶ୍ଵକେଶନ ହରିଚନ୍ଦନ ପ୍ରାର୍ଥୀ ରହିଛନ୍ତି। ଆଜି ନିର୍ବାଚନ ତାରିଖ ଘୋଷଣା ହେବା ପରେ ପୁଣି ଥରେ ୩ ଦଳ ଭିତରେ ଉତ୍ସାହ ଦେଖାଯାଇଛି।

ପ୍ରାଥମିକ ଘୋଷଣା ଅନୁସାରେ ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ହୋଇଥାନ୍ତା। କିନ୍ତୁ ଏହା ପୂର୍ବରୁ ପିପିଲି ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ହୋଇଥିଲା। ତେଣୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଏହାପରେ ମେ’ ୧୩ରେ ଭୋଟ୍ ହେବା ନେଇ ସାନି ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିସନ। ମେ’ ମାସରେ ରାଜ୍ୟରେ କରୋନା ଗ୍ରାଫ୍‌ ଉପରେ ଥିବାରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା।

LEAVE A REPLY

Please enter your comment!
Please enter your name here