ଓଡ଼ିଶାଲାଇଭ୍ ବ୍ୟୁରୋ

କୁସ୍ତି ବିଶ୍ୱ ଚାମ୍ପିଅନସିପରେ ଇତିହାସ ରଚିଲେ ଭିନେଶ ଫୋଗାଟ। ଏହି ଚାମ୍ପିଅନସିପରେ ଦୁଇଟି ପଦକ ହାସଲ କରିବାରେ ସେ ପାଲଟିଛନ୍ତି ପ୍ରଥମ ଭାରତୀୟ ମହିଳା। ବୁଧବାର ଦିନ କୁସ୍ତିରେ ତାଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ଷ୍ଟାର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏହି ରେକର୍ଡ ହାସଲ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି।

‘ରେସଲିଙ୍ଗ ୱାର୍ଲ୍ଡ ଚାମ୍ପିଅନସିପ’ରେ ମେଡାଲ ଜିତି ଦେଶ ପାଇଁ ପୁଣି ଗୌରବ ଆଣିଛନ୍ତି ଭିନେଶ। ବିଶ୍ୱ କୁସ୍ତି ଚାମ୍ପିଅନସିପରେ ଦୁଇ ଥର ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ସର୍ଭିଆର ରାଜଧାନୀ ଭେଲଗ୍ରେଡଠାରେ ଆୟୋଜିତ ବିଶ୍ୱ କୁସ୍ତି ଚାମ୍ପିଅନସିପରେ ସ୍ଵର୍ଣ୍ଣ ପଦକ ଜିତିବାକୁ ଆଶା ରଖିଥିବା ଭିନେଶ ବ୍ରୋଞ୍ଜ ପଦକ ପାଇଁ ଯୋଗ୍ୟ ହୋଇଥିଲେ।

ଭିନେଶ ମହିଳା ଫ୍ରିଷ୍ଟାଇଲର ୫୩ କେଜି ବର୍ଗରେ ମଙ୍ଗୋଲିଆ କୁସ୍ତି ଯୋଦ୍ଧା ଖୁଲାନ ବଟଖୁୟାଗଙ୍କଠାରୁ ୦-୭ ପଏଣ୍ଟରେ ପରାସ୍ତ ହୋଇଥିଲେ। ସ୍ଵର୍ଣ୍ଣ ପରିବର୍ତ୍ତେ ବ୍ରୋଞ୍ଚ ପଦକରେ ହିଁ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

Tags: #Sports #VineshPhogat #Winner #DoubleMedal #WrestlingWorldChampionships #Wrestling #IndianWrestler

LEAVE A REPLY

Please enter your comment!
Please enter your name here