ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶା ବିଧାନସଭା ଜନାଦେଶ ବିଜେପି ସପକ୍ଷରେ ଯାଇଛି। ଏହି ନିର୍ବାଚନ ପରିଣାମ ସାମ୍ନାକୁ ଆସିବା ପରେ ମଙ୍ଗଳବାର ସନ୍ଧ୍ୟାରେ ଶଙ୍ଖ ଭବନରେ ପ୍ରେସ୍ ମିଟ୍ ଜରିଆରେ ନିଜ ଦଳୀୟ ବାର୍ତ୍ତା ରଖିଛି ବିଜେଡି।
ନିର୍ବାଚନୀ ସଫଳତା ପାଇଁ ବିଜେପିକୁ ଶୁଭେଚ୍ଛା ଜଣାଇବା ସହ ବିଜେଡି ନେତ୍ରୀ ସୁଲତା ଦେଓ କହିଛନ୍ତି, “ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ପାଖରେ ଆମେ ଚିର ଋଣୀ। ୨୪ ବର୍ଷ ଧରି ଆମକୁ ସେବା କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ। ଓଡ଼ିଶାର ଉନ୍ନତି ପାଇଁ ଯେମିତି କାମ କରୁଥିଲୁ, ଆଗକୁ ମଧ୍ୟ ସେମିତି ଜାରି ରଖିବୁ।”
ପ୍ରେସ୍ ମିଟ୍ରେ ସୁଲତାଙ୍କ ସହ ବିଜେଡିର ଅନ୍ୟ ଦୁଇ ନେତା ଡକ୍ଟର ସସ୍ମିତ ପାତ୍ର ଓ ମାନସ ମଙ୍ଗରାଜ ମଧ୍ୟ ସାମିଲ ଥିଲେ।
Tags: #Politics #OdishaPolitics #OdishaElections2024 #BJDPressMeet #Elections2024 #OdishaAssembly2024