ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଗୃହର କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି କଟକର ସାଂସଦ ଭର୍ତ୍ତୃହରି ମହତାବ। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି। ସେ ଲୋକସଭାରେ ନବନିର୍ବାଚିତ ସାଂସଦମାନଙ୍କୁ ଶପଥପାଠ କରାଇବେ।  

ସୋମବାର ଲୋକସଭା ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି। ଏହାସହ ଆହୁରି ଅନେକ ନବନିର୍ବାଚିତ ସାଂସଦ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରି ମହତାବ ସାଂସଦମାନଙ୍କୁ ଶପଥ ପାଠ କରାଇବା ସହ ଆଗକୁ ହେବାକୁ ଥିବା ବାଚସ୍ପତି ନିର୍ବାଚନର ପରିଚାଳନା ମଧ୍ୟ କରିବେ।

ସାଂସଦମାନଙ୍କ ଶପଥ ଗ୍ରହଣ ସରିବା ପରେ ଜୁନ୍ ୨୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନରେ ଉଦବୋଧନ ଦେବେ।

ଚଳିତ ବର୍ଷର ସାଧାରଣ ନିର୍ବାଚନ ସରିବା ପରେ ଏହା ହେଉଛି ପ୍ରଥମ ଲୋକସଭା ଅଧିବେଶନ। ଅଷ୍ଟାଦଶ ଲୋକସଭାରେ ଏନଡିଏ ପାଖରେ ୨୯୩ଟି ଆସନ ସହ ସଂଖ୍ୟାଗରିଷ୍ଠତା ଥିବା ବେଳେ ବିଜେପି ପାଖରେ ୨୪୦ଟି ଆସନ ରହିଛି। ସେହିପରି ଇଣ୍ଡି ମେଣ୍ଟ ପାଖରେ ୨୩୪ଟି ଆସନ ଥିବାବେଳେ କଂଗ୍ରେସର ୯୯ଟି ଆସନ ରହିଛି।

Tags: #BhartruhariMahtab #Pro-temSpeaker #Loksabha #India

LEAVE A REPLY

Please enter your comment!
Please enter your name here