ଓଡ଼ିଶାଲାଇଭ୍ ବ୍ୟୁରୋ
ନିଲମ୍ବିତ ହେଲେ ୨୦୦୭ ବ୍ୟାଚର ଆଇପିଏସ ଅଧିକାରୀ ରାଜେଶ ପଣ୍ଡିତ। ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ନିଯୁକ୍ତ ଥିବା ରାଜେଶ ପଣ୍ଡିତଙ୍କୁ ମଙ୍ଗଳବାର ଦିନ ଚାକିରିରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର।
ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଙ୍ଘନ କରିବା ଅଭିଯୋଗରେ ରାଜେଶ ପଣ୍ଡିତଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
କ୍ୟାପିଟାଲ ଥାନା ଅଞ୍ଚଳରେ ଜୁଲାଇ ୨୭ ତାରିଖ ରାତିରେ ଘଟିଥିବା ଏକ ଘଟଣା ପାଇଁ ରାଜେଶ ପଣ୍ଡିତଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜେଶ ପଣ୍ଡିତଙ୍କ ବିରୋଧରେ ରିପୋର୍ଟ ଦେଇଥିଲେ ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ। ଏହି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।
ନିଲମ୍ବନ ହଟିବା ପର୍ଯ୍ୟନ୍ତ ରାଜେଶ ପଣ୍ଡିତ କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ କାମ କରିବେ। ପୋଲିସ ଡିଜିଙ୍କ ବିମା ଅନୁମତିରେ ସେ ମୁଖ୍ୟ କାର୍ଯ୍ୟାଳୟ ଛାଡ଼ିପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି।
କ୍ୟାପିଟାଲ ଥାନା ଅଞ୍ଚଳରେ ଜଣେ ମହିଳା ଇନ୍ସପେକ୍ଟରଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଆଇପିଏସ ରାଜେଶ ପଣ୍ଡିତଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।
Tags: #IPSRajeshPandi #DIGFireServiceAndHomeGuard #Odisha #OdishaGovt