ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ୯୩ତମ ଜନ୍ମ ବାର୍ଷିକୀ।

ଡକ୍ଟର ଏପିଜେ ଅବଦୁଲ କଲାମ ଭାରତର ଜଣେ ଏମିତି ବ୍ୟକ୍ତିତ୍ୱ ଯାହାଙ୍କୁ ପୂରା ବିଶ୍ୱ ମିସାଇଲ ମ୍ୟାନ ଭାବେ ଜାଣେ। ତାଙ୍କ ସୁବିଚାର ଆଜି ବି ଅନେକଙ୍କୁ ପ୍ରେରଣା ଯୋଗାଉଛି। ଜୀବନକୁ ନେଇ ସେ ଦେଇଥିବା ଅନେକ ସୁବିଚାର ବିଭିନ୍ନ ସ୍କୁଲ ଓ କଲେଜ କାନ୍ଥରେ ଲଗାଯାଉଛି। ଯାହାକୁ ଦେଖି ଛାତ୍ର ସମାଜ ପ୍ରେରିତ ହେଉଛନ୍ତି। ଆଜି ହେଉଛି ସେହି ମହାନ ବୈଜ୍ଞାନିକଙ୍କର ଜନ୍ମ ବାର୍ଷିକୀ।

୧୯୩୧, ଅକ୍ଟୋବର ୧୫ରେ ତାମିଲନାଡୁରେ ଜନ୍ମ ହୋଇଥିଲେ କଲାମ। ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ୧୧ତମ ରାଷ୍ଟ୍ରପତି ଥିଲେ। ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ।

ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିସାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଥିଲା। କାଲାମ ତାଙ୍କ ଜୀବନ କାଳରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। ସେଥି ମଧ୍ୟରୁ ତାଙ୍କ ଆତ୍ମଜୀବନୀ ‘ୱିଙ୍ଗସ୍ ଅଫ ଫାୟାର’ ବହୁତ ଲୋକପ୍ରିୟ ହୋଇଥିଲା।

ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ କଲାମଙ୍କୁ ୧୯୯୭ରେ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଥିଲା।

୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ବିଭୂଷଣ।

କଲାମଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଶାର ଧାମରାରେ ଥିବା ହ୍ୱିଲର ଦ୍ୱୀପକୁ ବିଧିବଦ୍ଧ ଭାବେ ଅବଦୁଲ କାଲାମ ଦ୍ୱୀପ ଭାବେ ନାମିତ କରାଯାଇଥିଲା।

Tags: #DrAPJAbdulKalam #BharatRatna #MissileManofIndia #BirthDay

LEAVE A REPLY

Please enter your comment!
Please enter your name here