ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ କେନ୍ଦ୍ରୀୟ ଅନୁଦାନ ମିଳିଛି। ଏଥିପାଇଁ ୨୦୧ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟରେ ବିପର୍ଯ୍ୟୟର ସଠିକ ମୁକାବିଲା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ମୋଟ ୭୨୫ କୋଟି ୬୨ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଅଧୀନରେ ଏହି ଟଙ୍କା ପ୍ରଦାନ କରାଯିବ।
ରାଜ୍ୟର ଅଗ୍ନିଶମ ଓ ଜରୁରୀକାଳୀନ ସେବାର ଆଧୁନିକୀକରଣ ପାଇଁ ସହାୟତା କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଗ୍ନିଶମ ବାହିନୀକୁ ଆହୁରି ସଶକ୍ତ କରିବାକୁ ଏହି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ କେନ୍ଦ୍ର ସରକାର ଏନଡିଆରଏଫର ଉନ୍ନତିକରଣ ପାଇଁ ୫୦୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।
Tags: #FireandEmergencyServices #Modernization #CentralGrant #HomeMinistry #Odisha