ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଓ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହେବା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କଙ୍ଗନାଙ୍କୁ ଓ୍ଵାଇ ସୁରକ୍ଷା ଯାଗାଇ ଦିଆଯାଇଛି। ତେବେ ଆସନ୍ତୁ ଜାଣିବା ଏହି ‘ଓ୍ଵାଇ’ ବର୍ଗର ସୁରକ୍ଷା କ’ଣ?

ଭାରତରେ ବିଭିନ୍ନ ପ୍ରକାର ସୁରକ୍ଷା ବର୍ଗ ରହିଛି। ତେବେ ଏହି ବର୍ଗ ବିପଦର ସ୍ତର ସହିତ ତାର ପ୍ରଭାବ ଉପରେ ନିର୍ଭର କରିଥାଏ। ପ୍ରତିବର୍ଷ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ର ସୁପାରିଶ କ୍ରମେ କେନ୍ଦ୍ର ଗୃହ ମନ୍ତ୍ରାଳୟ ବିଶିଷ୍ଟ ଲୋକମାନଙ୍କ ସୁରକ୍ଷାର ସମୀକ୍ଷା କରିଥାଏ। ବିପଦର ସ୍ତରକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟ ପକ୍ଷରୁ ବିଶିଷ୍ଟ ଏବଂ ଅତି ବିଶିଷ୍ଟ ଲୋକଙ୍କୁ ବିଭିନ୍ନ ବର୍ଗରେ ସୁରକ୍ଷା ପ୍ରଦାନ କରାଯାଏ।

ସୁରକ୍ଷାର ବିଭିନ୍ନ ଶ୍ରେଣୀ

ଆମ ଦେଶରେ ଭିଆଇପି ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ଭିନ୍ନ ଭିନ୍ନ ଶ୍ରେଣୀରେ ସୁରକ୍ଷା ଦିଆଯାଏ। ବିଶିଷ୍ଟ ବ୍ୟକ୍ତି, ନେତା ତଥା ଅଧିକାରୀମାନଙ୍କୁ କେଉଁ ଶ୍ରେଣୀରେ ସୁରକ୍ଷା ଦିଆଯିବ ତାହା କେନ୍ଦ୍ର ସରକାର ସ୍ଥିର କରନ୍ତି।

ଭାରତରେ ଏହି ସୁରକ୍ଷା ଶ୍ରେଣୀଗୁଡ଼ିକ ହେଉଛି – ଏସ୍‌ପିଜି ସୁରକ୍ଷା, ଜେଡ୍ ପ୍ଲସ୍, ଜେଡ୍, ଓ୍ଵାଇ ଏବଂ ଏକ୍ସ ବର୍ଗର ସୁରକ୍ଷା।

କାହାକୁ ଦିଆଯାଏ

ବିପଦର ସ୍ତର ଅନୁସାରେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ, କାଉନସିଲର, ଅମଲାତନ୍ତ୍ରୀ, ପୂର୍ବତନ ଅମଲାତନ୍ତ୍ରୀ, ଜଜ୍, ପୂର୍ବତନ ଜଜ୍, ବ୍ୟବସାୟୀ, କ୍ରିକେଟର, ଫିଲ୍ମ କଳାକାର, ସାଧୁ ସନ୍ଥ ଅଥବା ସାଧାରଣ ନାଗରିକଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଏ।BGU‘ଓ୍ଵାଇ’ ବର୍ଗର ସୁରକ୍ଷା କ’ଣ?

କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରକାର ସୁରକ୍ଷା ମଧ୍ୟରୁ ତୃତୀୟ ସ୍ତରରେ ରହିଛି ‘ଓ୍ଵାଇ’ ବର୍ଗର ସୁରକ୍ଷା। କମ୍ ବିପଦ ଥିବା ଲୋକମାନଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଏ। ଏଥିରେ ପାଖାପାଖି ୧୧ ଜଣ ସୁରକ୍ଷାକର୍ମୀ ସାମିଲ ହୋଇଥାନ୍ତି। ଏହି ସୁରକ୍ଷାକର୍ମୀଙ୍କ ମଧ୍ୟରେ ଦୁଇ ଜଣ ପିଏସ୍‌ଓ ବା ବ୍ୟକ୍ତିଗତ ସିକ୍ୟୁରିଟି ଗାର୍ଡ ରହିଥାନ୍ତି। ଅନ୍ୟ ସୁରକ୍ଷା ବର୍ଗ ଅପେକ୍ଷା ଦେଶରେ ସବୁଠୁ ଅଧିକ ଲୋକଙ୍କୁ ‘ଓ୍ଵାଇ’ ଶ୍ରେଣୀର ସୁରକ୍ଷା ପ୍ରଦାନ କରାଯାଇଛି।

Comment