ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ମାସ ପାଇଁ ଗାଇଡଲାଇନ୍ ଆଣିଲେ କେନ୍ଦ୍ର ସରକାର।

ଡିସେମ୍ବର ମାସ ପାଇଁ ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର। ଯେଉଁଥିରେ ଲକଡାଉନ୍ ପରେ ପ୍ରଥମ କରି ଅନ୍ତର୍ଜାତୀୟ ବିମାନସେବାକୁ ଅନୁମତି ଦିଆଯାଇଛି।

ଏହାସହ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ, ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ କଟକଣା ରହିବ। ଜିଲ୍ଲାର ଜିଲ୍ଲାପାଳ କିମ୍ବା ସ୍ଥାନୀୟ ପ୍ରଶାସନ କେନ୍ଦ୍ର ସରକାରଙ୍କ ନିୟମ ମୁତାବକ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିପାରିବେ ବୋଲି ଏଥିରେ କୁହାଯାଇଛି।ଏହାସହ ଗୃହ ମନ୍ତ୍ରଣାଳୟର ଅନୁମତି ସହ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ପ୍ରଥମ କରି ଅନୁମତି ଦିଆଯାଇଛି। ତା’ ସହ ଅଧା ଦର୍ଶକରେ ସିନେମା ହଲ, ସୁଇମିଂ ପୁଲ୍ ଆଦି ଖୋଲିପାରିବ। ଏହାସହ ସମସ୍ତ ପ୍ରକାର ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ ଧାର୍ମିକ ବୈଠକ ୫୦ ପ୍ରତିଶତ ଲୋକଙ୍କୁ ନେଇ ଚାଲିପାରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ କୋଭିଡ୍ ସ୍ଥିତିରେ ଲୋକମାନଙ୍କୁ ଫେସ୍ ମାସ୍କ, ସାମାଜିକ ଦୂରତା ପାଳନ କରିବାକୁ ଅନୁରୋଧ କରାଯାଇଛି। ତା ସହ ମାର୍କେଟ ଓ ବଜାର ଅଞ୍ଚଳରେ କୋଭିଡ୍ ନିୟମ ମଧ୍ୟ ପାଳନ କରିବାକୁ  କୁହାଯାଇଛି।

ତେବେ ରାଜ୍ୟ ରାଜ୍ୟ ଓ ରାଜ୍ୟ ଭିତରେ ଚଳାଚଳ ନେଇ କୌଣସି ପ୍ରତିବନ୍ଧକ ନାହିଁ। ଲୋକମାନେ ବିନା କୌଣସି ବାଧାରେ ଯାତାୟାତ କରିପାରିବେ ବୋଲି କୁହାଯାଇଛି। ଏଥିସହ ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷକୁ କମ୍ ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି।

Comment