ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ୱବିଦ୍ୟାଳୟ ଏବଂ ହାଇଦ୍ରାବାଦ ସ୍ଥିତ ନନ୍ଦି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଛାତ୍ରୀମାନଙ୍କୁ ନେଇ ୧୨ ଦିନିଆ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟ ପରିସରରେ ଏହି ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ଵରେ ନଭେମ୍ବର ୪ ତାରିଖରୁ ଏହି ଛାତ୍ରୀମାନଙ୍କ ଦକ୍ଷତା ବିକାଶ ତାଲିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ନିହାର ରଞ୍ଜନ ରାଉତ, ନନ୍ଦି ଫାଉଣ୍ଡେସନର ରାଜ୍ୟ ସଂଯୋଜକ ମୁନମୁନ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ।

ଏହି ତାଲିମ ମାଧ୍ୟମରେ ଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରୟାସ କରାଯାଇଥିଲା। ଛାତ୍ରୀମାନଙ୍କ ଆତ୍ମବିଶ୍ଵାସ ବୃଦ୍ଧି ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ କୌଶଳ ପ୍ରଦାନ କରାଯାଇଥିଲା। ବିଶ୍ଵବିଦ୍ୟାଳୟର ୪୩୫ ଜଣ ଛାତ୍ରୀ ୮ଟି ଗ୍ରୁପରେ ବିଭକ୍ତ ହୋଇ ଏହି ତାଲିମ ଗ୍ରହଣ କରିଥିଲେ।

ଅନ୍ତିମ ଦିନରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଓ ବିଶ୍ଵବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ ଉପସ୍ଥିତ ହୋଇ ଏହି ତାଲିମର ସଦୁପଯୋଗ କରିବା ପାଇଁ ଉତ୍ତମ ଭବିଷ୍ୟତ ଗଠନ କରିବାକୁ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ତାଲିକ କାର୍ଯ୍ୟକ୍ରମରେ ପ୍ରତି ଗ୍ରୁପରୁ ଜଣେ ଲେଖାଏଁ ଛାତ୍ରୀ ଶ୍ରେଷ୍ଠ ବିବେଚିତ ହୋଇଥିବାବେଳେ ତିନିଜଣ ଛାତ୍ରୀ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲା।

ନନ୍ଦି ଫାଉଣ୍ଡେସନ ତରଫରୁ ଅଙ୍କିତା ମହାରଣା, ସୌରଭ ଚକ୍ରବର୍ତ୍ତୀ, ବିଭୁ ସୁନ୍ଦର ମହାନ୍ତି ଓ ପ୍ରଜ୍ଞା ରଥ ତାଲିମ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ।

ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ନିହାର ରଞ୍ଜନନ ରାଉତଙ୍କ ତତ୍ତ୍ଵବଧାନରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିବାବେଳେ ବିଶ୍ଵବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଶର୍ମିଷ୍ଠା ମହାରଣା କାର୍ଯ୍ୟକ୍ରମର ସଞ୍ଚାଳନା କରିଥିଲେ।

Tags: #SkillDevelopmentTraining #Girlstudent #Empowerment #FakirmohanUniversity #Balasore

LEAVE A REPLY

Please enter your comment!
Please enter your name here