ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣି ଦେବୀ, ଓଡ଼ିଶୀ ସଙ୍ଗୀତ ଧାରାର ଏକ ବଳିଷ୍ଠ ଉଚ୍ଚାରଣ। ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଲୋକ ଗୀତ, ପଲ୍ଲୀଗୀତ ତଥା ଭକ୍ତି ସଙ୍ଗୀତର ଏକ ଶୁଦ୍ଧ ଓ ଶ୍ରୁତି ମଧୁର ସ୍ୱର।

ସଙ୍ଗୀତ ସାଧନାର ବାଟ ଶ୍ୟାମାମଣୀ ଦେବୀଙ୍କ ପାଇଁ ସହଜ ନଥିଲା। ସଫଳତା ପାଇଁ ତାଙ୍କୁ ମଧ୍ୟ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା।

ଯେତେବେଳେ ଶ୍ୟାମାମଣି ଦେବୀ ବମ୍ବେ ଯାଇଥିଲେ, ସେତେବେଳେ ତାଙ୍କ ବାପା ତାଙ୍କୁ ୫ ଶହ ଟଙ୍କା ପଠାଉଥିଲେ। କିନ୍ତୁ ଶ୍ୟାମାମଣି ଦେବୀ ସେ ଟଙ୍କା ରଖୁନଥିଲେ, ବରଂ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ସଂଘର୍ଷ କରୁଥିଲେ।

ସଙ୍ଗୀତ ଶିକ୍ଷା କରିବାର ଭୋକ ଏତେ ଥିଲା ଯେ, ସେ ପେଟର ଭୋକକୁ ଭୁଲି ଯାଉଥିଲେ। ଏମିତି ସଂଘର୍ଷ ପରେ ସେ ଧୀରେ ଧୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଗୀତ ଗାଇ ପଇସା ରୋଜଗାର କଲେ। ଓଡ଼ିଶାଲାଇଭକୁ ସାକ୍ଷାତକାର ଦେଇ ସେଦିନର ସେ ସ୍ମୃତିକୁ ଏମିତି ମନେ ପକାଇଛନ୍ତି ଶ୍ୟାମାମଣି ଦେବୀ। ଦେଖନ୍ତୁ ଭିଡିଓ।

Tags: #OdissiMusic #ClassicalMusic #DrShyamamaniDevi #Odisha #ଓଡ଼ିଶୀ ସଙ୍ଗୀତ #ଶ୍ୟାମାମଣି ଦେବୀ

LEAVE A REPLY

Please enter your comment!
Please enter your name here